www.samajalive.in
Tuesday, December 9, 2025
15.1 C
Bhubaneswar

ଅବ୍ୟବସ୍ଥା ଘେରରେ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟ

ଫୁଲବାଣୀ:କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କେଉଁ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଥାଇ ମଧ୍ୟ ଶିକ୍ଷକଙ୍କ ଅବହେଳାରୁ ଏବଂ ବିଦ୍ୟାଳୟ କୁ ଠିକ ଭାବରେ ଆସୁନଥିବାରୁ ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏମିତି ଏକ ଅବ୍ୟବସ୍ଥାରେ ଚାଲିଥିବା ବିଦ୍ୟାଳୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲିଛି ବିଦ୍ୟାଳୟକୁ ଠିକ ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ଆସୁନଥିବା ବେଳେ ଠିକ ଭାବରେ ପାଠ ପଢା ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟରେ ୨ ଜଣ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି। ୨ ଜଣ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ ସମୟରେ ଆସୁନଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।
ଅନ୍ୟ ପଟେ ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ପୁରୋହି ଙ୍କୁ ପଚାରି ବାରୁ ମୁ ପ୍ରତିଦିନ ଠିକ ସମୟରେ ଆସୁଛି ଆଜି ଟିକେ ବିଳମ୍ବ ହୋଇଗଲା ବୋଲି ସଫେଇ ଦେଇଛନ୍ତି। ଅନ୍ୟ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆଜି ଆସିନଥିବା ବେଳେ ସେ ସବୁଦିନେ ଠିକ ଭାବରେ ଆସୁଛନ୍ତି। ଆଜି ଆସିନଥିବା ଘଟଣା କୁ ନେଇ ପଚାରିବାରୁ ସେ ଛୁଟିରେ ରହିବେ ବୋଲି କହିଛନ୍ତି।  ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ ଭାବରେ ନ ଆସି ବିଦ୍ୟାଳୟକୁ ପାଳି କରି ଆସୁଥିବା କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଏହି ଘଟଣା ରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲଙ୍କୁ ପଚାରିବାରୁ ବିଦ୍ୟାଳୟ କୁ ଠିକ ଭାବରେ ଆସୁନଥିଲେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories