www.samajalive.in
Monday, December 8, 2025
27.1 C
Bhubaneswar

ଅବ୍ୟବସ୍ଥା ଘେରରେ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟ

ଫୁଲବାଣୀ:କେନ୍ଦ୍ର ସରକାର ଠାରୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥା ପାଇଁ ରାଜ କୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ କେଉଁ ବିଦ୍ୟାଳୟରେ ଶିକ୍ଷକ ନଥିବା ବେଳେ କେଉଁଠି ବିଦ୍ୟାଳୟରେ ଶିକ୍ଷକ ଥାଇ ମଧ୍ୟ ଶିକ୍ଷକଙ୍କ ଅବହେଳାରୁ ଏବଂ ବିଦ୍ୟାଳୟ କୁ ଠିକ ଭାବରେ ଆସୁନଥିବାରୁ ଛାତ୍ର ଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ଏମିତି ଏକ ଅବ୍ୟବସ୍ଥାରେ ଚାଲିଥିବା ବିଦ୍ୟାଳୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟରେ। ବିଦ୍ୟାଳୟଟି ଅବ୍ୟବସ୍ଥାରେ ଚାଲିଛି ବିଦ୍ୟାଳୟକୁ ଠିକ ଭାବରେ ଶିକ୍ଷକ ଶିକ୍ଷୟିତ୍ରୀ ଆସୁନଥିବା ବେଳେ ଠିକ ଭାବରେ ପାଠ ପଢା ହେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖା ଦେଇଛି। ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟଟି ବହୁ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ବର୍ତ୍ତମାନ ବିଦ୍ୟାଳୟରେ ୨ ଜଣ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି। ୨ ଜଣ ଶିକ୍ଷୟିତ୍ରୀ ଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ ସମୟରେ ଆସୁନଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।
ଅନ୍ୟ ପଟେ ଏହି ଘଟଣାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସବିତା ପୁରୋହି ଙ୍କୁ ପଚାରି ବାରୁ ମୁ ପ୍ରତିଦିନ ଠିକ ସମୟରେ ଆସୁଛି ଆଜି ଟିକେ ବିଳମ୍ବ ହୋଇଗଲା ବୋଲି ସଫେଇ ଦେଇଛନ୍ତି। ଅନ୍ୟ ଜଣେ ଶିକ୍ଷୟିତ୍ରୀ ମଧ୍ୟ ଆଜି ଆସିନଥିବା ବେଳେ ସେ ସବୁଦିନେ ଠିକ ଭାବରେ ଆସୁଛନ୍ତି। ଆଜି ଆସିନଥିବା ଘଟଣା କୁ ନେଇ ପଚାରିବାରୁ ସେ ଛୁଟିରେ ରହିବେ ବୋଲି କହିଛନ୍ତି।  ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ବିଦ୍ୟାଳୟକୁ ଠିକ ଭାବରେ ନ ଆସି ବିଦ୍ୟାଳୟକୁ ପାଳି କରି ଆସୁଥିବା କିଛି ଅଭିଭାବକ ଅଭିଯୋଗ କରିଛନ୍ତି। ଏହି ଘଟଣା ରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲଙ୍କୁ ପଚାରିବାରୁ ବିଦ୍ୟାଳୟ କୁ ଠିକ ଭାବରେ ଆସୁନଥିଲେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories