ପ୍ରେମିକ ହତ୍ୟାକାରୀ ପ୍ରେମିକା କୋର୍ଟରେ ଦୋଷୀ ସାବ୍ୟସ୍ତ
ସମ୍ପର୍କ ବିବାଦକୁ ନେଇ ପ୍ରେମିକ ଶ୍ୟାରୋନ ରାଜଙ୍କୁ ବିଷ ଦେଇଥିବା ମହିଳା ଗ୍ରିଷ୍ମାଙ୍କୁ କେରଳର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟ ତାଙ୍କ ମାମୁଁଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ କୋର୍ଟ ଏହି ଦଣ୍ଡାଦେଶକୁ ସ୍ଥଗିତ ରଖିଛନ୍ତି।

ଡେସ୍କ: କେରଳର ଏକ କୋର୍ଟ ଶ୍ୟାରୋନ ରାଜ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ରିଶ୍ମା ଏବଂ ତାଙ୍କ ମାମୁଁ ନିର୍ମଳ କୁମାରଙ୍କୁ ଅପରାଧର ପ୍ରାୟ ଦୁଇ ବର୍ଷ ପରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୨୨ମସିହାରେ ବିଏସସି ରେଡିଓଲୋଜି ଛାତ୍ର ଶ୍ୟାରୋନ (୨୩)ଙ୍କୁ ତାଙ୍କ ପ୍ରେମିକା ଗ୍ରିଶ୍ମାଙ୍କ ଦ୍ୱାରା ଥଣ୍ଡା ପାନୀୟରେ ବିଷ ଦେବା ଘଟଣାରେ ଏହି ରାୟ ଆସିଛି।
କେରଳର ଏକ ଅଦାଲତ ୨୦୨୨ ମସିହାର ଶ୍ୟାରୋନ ରାଜ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ରିଷ୍ମାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୁଇ ବର୍ଷ ତଳେ ଘଟିଥିବା ଏହି ଅପରାଧରେ ତାଙ୍କ ମାମୁଁ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୀଟନାଶକ ମିଶ୍ରିତ ଥଣ୍ଡା ପାନୀୟ ବ୍ୟବହାର କରି ବିଷ ପିଆଇ ହତ୍ୟା କରାଯାଇଥିବା ୨୩ ବର୍ଷୀୟ ବିଏସସି ରେଡିଓଲୋଜି ଛାତ୍ର ଶ୍ୟାରୋନ୍ ମାମଲାରେ ଏହି ରାୟ ଆସିଛି।
ଗ୍ରୀଷ୍ମାଙ୍କୁ ହତ୍ୟା, ହତ୍ୟା ଉଦ୍ଦେଶ୍ୟରେ ଅପହରଣ ଏବଂ ପ୍ରମାଣ ନଷ୍ଟ କରିବା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପ୍ରମାଣ ଲୁଚାଇବା ପାଇଁ ତାଙ୍କ ମାମୁଁଙ୍କୁ ଆଇପିସିର ଧାରା ୨୦୧ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ପ୍ରମାଣ ନଷ୍ଟ କରିବା ଅଭିଯୋଗରୁ ତାଙ୍କ ମା’ ସିନ୍ଧୁଙ୍କୁ ଦୋଷ ମୁକ୍ତ କରାଯାଇଛି।
Comments are closed.