www.samajalive.in
Sunday, December 7, 2025
26.1 C
Bhubaneswar

ଓଷ୍ଟା ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ

କେନ୍ଦୁଝର: ଓଡ଼ିଶା ମାଧ୍ୟବିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଗୁରୁବାର ସାହାରପଡା ବ୍ଲକର ଶିଆଳିଯୋଡା ଉଚ୍ଚ ବିଦ୍ୟାଳୟରେ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଓଷ୍ଟା କେନ୍ଦୁଝର ଜିଲ୍ଲା ସମ୍ପାଦକ କ୍ଷୀରୋଦ କୁମାର ରାଉତ, ସଭାପତି ଶାନ୍ତନୁ କୁମାର ମିଶ୍ର, ରାଜ୍ୟ ସମ୍ପାଦକ କାହ୍ନୁ ଚରଣ ସାମଲ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଆସନ୍ତା ୩ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା। ସମ୍ପାଦକ ଭାବରେ ଲକ୍ଷ୍ମୀକାନ୍ତ ମହାନ୍ତ, ସଭାପତି ଭାବେ ପ୍ରଶାନ୍ତ କୁମାର ପରିଡ଼ା, କାର୍ଯ୍ୟକାରୀ ସଭାପତି ଭାବେ ମୂରଲୀଧର ମହାନ୍ତ, ଯୁଗ୍ମ ସମ୍ପାଦକ ଭାବେ ଡାଳପକା ହାଇସ୍କୁଲର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ମହାନ୍ତ, ଉପସଭାପତି ଭାବେ ଲକ୍ଷ୍ମୀପ୍ରୀୟା ମିଶ୍ର, ହୃଷିକେଶ ମହାନ୍ତ, ଅନ୍ୟ ନେତା ମାୟାଧର ମହାନ୍ତ, ଗଜେନ୍ଦ୍ର ମହାନ୍ତ, ସୁଫଳ ଦେହୁରୀ, ନିର୍ବାଚିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଶିଆଳିଯୋଡ଼ା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ନଳିନୀ ଚନ୍ଦ୍ର ଘଣା, ପୂର୍ବତନ ସମ୍ପାଦକ ବଳଭଦ୍ର ମହାନ୍ତ, ପାଟଣା ବ୍ଲକ ସମ୍ପାଦକ ଅନିଲ ବାରିକ, ଶିଆଳିଯୋଡ଼ା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ମହାନ୍ତ ପ୍ରମୁଖ ଯୋଗଦାନ କରିଥିଲେ। ଏହା ସହ ଓଷ୍ଟା ପକ୍ଷରୁ ପାଟଣା ଓ ସାହାରପଡା ବ୍ଳକର ଜଡିଚାତର ଉଚ୍ଚ ବିଦ୍ୟାଳୟ, ସିଲିଦା ଉଚ୍ଚ ବିଦ୍ୟାଳୟ, ସିଲପଦା ଉଚ୍ଚ ବିଦ୍ୟାଳୟ, ଉଦୟପୁର ଉଚ୍ଚ ବିଦ୍ୟାଳୟ, ତେଣ୍ଡରା ଉଚ୍ଚ ବିଦ୍ୟାଳୟ, ବେଗନା ଉଚ୍ଚ ବିଦ୍ୟାଳୟ ଓ ଶେଷରେ ଶିଆଳିଯୋଡା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କରିବା ସହ ବୃକ୍ଷ ରୋପଣ ର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories