ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର
କେନ୍ଦୁଝର: ବାମେବାରୀ ଥାନା କନକନା ଗାଁରେ ଅଭାବନୀୟ ଘଟଣା । ପିଚୁ କଡ଼େଇରେ ପଡ଼ି ୩ଜଣ ଶିଶୁ ଗୁରୁତର ହୋଇଛନ୍ତି । ଅସାବଧାନତା କାରଣରୁ ୩ଜଣ ଶିଶୁ ପିଚୁ କଡେଇରେ ପଡ଼ିଯାଇଥିବା ଖବର ଆସିଛି । ସ୍ଥାନୀୟ ଲୋକ ଏନେଇ ଦେଖିବା ପରେ ଘଟଣାସ୍ଥଳରୁ ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କକରିଛନ୍ତି । ତେବେ ସୂଚନା ମୁତାବକ ସମସ୍ତ ଶିଶୁ ଖେଳିବା ସମୟରେ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି ।
Comments are closed.