ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେଲେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ଆଶା ଉଜ୍ଜ୍ଵଳ ହେବ ବୋଲି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଥିଲେ। ଇମ୍ରାନଙ୍କ ଏଭଳି ପ୍ରଶଂସା ପରେ ବିରୋଧୀମାନେ ଏବେ ସିଧାସଳଖ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲ ମୋଦୀଙ୍କୁ ଇମ୍ରାନଙ୍କ ପ୍ରଶଂସା ଉପରେ ପ୍ରଶ୍ନ ଉଠାଇଛନ୍ତି। କେଜ୍ରିୱାଲ କହିଛନ୍ତି ନିର୍ବାଚନରେ ମୋଦୀଙ୍କୁ ସହାୟତା କରିବା ଲାଗି ପାକିସ୍ତାନ ପୁଲୱାମାରେ ଆକ୍ରମଣ କରିଛି, ଯେଉଁଥିରେ ୪୦ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ମୋଦୀ ଏବଂ ଇମ୍ରାନଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବିଷୟରେ ପ୍ରଚାର କରୁଥିବା ନମୋ ଟିଭିକୁ ପାକିସ୍ତାନ ପାଣ୍ଠି ଯୋଗାଉଛି। ନମୋ ଟିଭିର କେହି ମାଲିକ ନ ଥିବା ଆମ ଆଦମୀ ପାର୍ଟି ଦାବି କରିଛି।
କେବଳ କେଜ୍ରିୱାଲ ନୁହଁନ୍ତି, ଇମ୍ରାନଙ୍କ ମନ୍ତବ୍ୟ ପରେ ଅନ୍ୟ ବିରୋଧୀମାନେ ବି ମୋଦୀ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି। ଜାମ୍ମୁ-କାଶ୍ମୀର ପିଡିପି ମୁଖ୍ୟ ମେହବୁବା ମୁଫ୍ତି, ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ଜେଡିଏସ ମୁଖ୍ୟ ଏଚ.ଡି. କୁମାରସ୍ବାମୀ ପ୍ରମୁଖ ମୋଦୀଙ୍କୁ ଇମ୍ରାନଙ୍କ ପ୍ରଶଂସା ଉପରେ ପ୍ରଶ୍ନ ଉଠାଇଛନ୍ତି।



