www.samajalive.in
Tuesday, December 9, 2025
15.1 C
Bhubaneswar

କରୋନାର ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ଗାଇଡଲାଇନ୍ ଜାରି କଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ବର : ‘କରୋନା’ ଭୂତାଣୁ ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ଭୂତାଣୁ ଦ୍ବାରା ପ୍ରାୟ ୩୦ ଦେଶ କବଳିତ ହୋଇଛନ୍ତି। ଚୀନରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ତେବେ ଓଡ଼ିଶାରେ କରୋନାର ମୁକାବିଲା ପାଇଁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି କରାଯାଇଛି । ଖାଦ୍ୟ ଖାଇବା ପୂର୍ବରୁ ଭଲ ଭାବେ ସାବୁନରେ ହାତ ଧୋଇବା ସହ ଥଣ୍ଡା ହୋଇଥିଲେ ରୁମାଲ ଦେଇ ଛିଙ୍କିବାକୁ ଛାତ୍ରୀଛାତ୍ରୀମାନଙ୍କୁ ସଚେତନ କରିବାକୁ ସ୍କୁଲଗୁଡ଼ିକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସକାଳ ପ୍ରାର୍ଥନା କ୍ଲାସରେ ପିଲାଙ୍କୁ ଏସବୁ ନେଇ ସଚେତନ କରିବାକୁ ସ୍କୁଲଗୁଡ଼ିକୁ କୁହାଯାଇଛି। ଏହି ଗାଇଡ଼ଲାଇନ ପିଲାମାନଙ୍କୁ ସଠିକ ଅବଗତ କରାଯିବାକୁ ବିଇଓ, ଡିଇଓ ଅନୁଧ୍ୟାନ କରିବେ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ଥିତି ସ୍ବାଭାବିକ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କାରୋନାରେ କ୍ଷକହି ଆକ୍ରାନ୍ତ ହୋଇନଥିବା ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories