www.samajalive.in
Wednesday, December 10, 2025
15.1 C
Bhubaneswar

ଆଜି କର୍ଣ୍ଣାଟକରେ ବିଜେପିର ଭାଗ୍ୟ ପରୀକ୍ଷା

କର୍ଣ୍ଣାଟକ: କର୍ଣ୍ଣାଟକର ନୂଆ ବିଜେପି ସରକାର ଆଜି ବିଧାନସଭାରେ ଆସ୍ଥାସୂଚକ ଭୋଟ୍‍ ଲୋଡ଼ିବ। ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବି.ଏସ୍‍. ୟେଦୁରପ୍ପା କହିଛନ୍ତି ଯେ ତାଙ୍କ ସରକାର ଆସ୍ଥାଭୋଟ୍‍ରେ ବିଜୟୀ ହେବେ। ଏବେ ବିଧାନସଭାର ବାସ୍ତବ ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇଛି। ଏଭଳି ସ୍ଥଳେ ସରକାରଙ୍କୁ ୧୦୫ ଜଣ ବିଜେପି ବିଧାୟକ ସମର୍ଥନ କରୁଥିବାରୁ ତାଙ୍କ ସରକାର ଜିତିବା ନିଶ୍ଚିତ। ଗତକାଲି ବାଚସ୍ପତି କେ.ଆର୍‍. ରମେଶ କୁମାର କଂଗ୍ରେସ ଏବଂ ଜେ.ଡି.ଏସ୍‍.ର ୧୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି। ଏହା ପୂର୍ବରୁ ବାଚସ୍ପତି ମଧ୍ୟ ତିନି ଜଣ ବିଧାୟକଙ୍କୁ ଆଇନ୍‍ ଅନୁସାରେ ଅଯୋଗ୍ୟ ଘୋଷିତ କରିଥିଲେ। ଏବେ ୧୭ଜଣ ବିଧାୟକ ଅଯୋଗ୍ୟ ଘୋଷିତ ହୋଇଥିବାରୁ ଗୃହରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ମ୍ୟାଜିକ୍‍ ନମ୍ବର ୧୦୫କୁ ଖସି ଆସିଛି। ବିଜେପିକୁ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ କରୁଛନ୍ତି। ସେହିଭଳି ଗୃହର ସଦସ୍ୟ ଥିବା ବି.ଏସ୍‍.ପି.ର ଏକମାତ୍ର ସଦସ୍ୟ କି ନିଷ୍ପତ୍ତି ନେବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଆଜି ଦିନ ୧୧ଟା ବେଳେ ବିଧାନସଭାର ବୈଠକ ବସିବ। ଆସ୍ଥା ଭୋଟ୍‍ ପରେ ସରକାର ବ୍ୟୟମଞ୍ଜୁରୀ ବିଲ୍‍କୁ ଅନୁମୋଦନ ପ୍ରଦାନ କରିବେ। ଆଜି ମଧ୍ୟ ଏହି ବିଲ୍‍ ବିଧାନ ପରିଷଦରେ ଉପସ୍ଥାପିତ ହେବ। ଅପରପକ୍ଷରେ ଅଯୋଗ୍ୟ ଘୋଷିତ ହୋଇଥିବା ସମସ୍ତ ବିଧାୟକ ଆଜି ସୁପ୍ରିମ୍‍କୋର୍ଟରେ ବାଚସ୍ପତିଙ୍କ ନିଷ୍ପତ୍ତି ବିରୁଦ୍ଧରେ ମାମଲା ଦାୟର କରିବେ।

ଅନ୍ୟପକ୍ଷରେ କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ଆଜି ତାହାର ୧୦୫ଜଣ ଯାକ ସଦସ୍ୟଙ୍କ ଉପରେ ହୁଇପ୍‍ ଜାରି କରିଛି। ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ବି.ଏସ୍‍. ୟେଦୁରପ୍ପା ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେଉଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ହୁଇପ୍‍ ଜାରି କରାଯାଇଛି। ବିଜେପି ମୁଖପାତ୍ର ଜି. ମଧୁସୂଦନ କହିଛନ୍ତି ଯେ ଆଜି ଦିନ ୧୧ଟା ସୁଦ୍ଧା ବିଧାନସଭାରେ ଉପସ୍ଥିତ ହେବା ପାଇଁ ଦଳର ସବୁ ବିଧାୟକମାନଙ୍କୁ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories