www.samajalive.in
Sunday, December 7, 2025
26.1 C
Bhubaneswar

କାରଗିଲ ଯୁଦ୍ଧରେ ଲଢ଼ିଥିବା ଯବାନ ବିଦେଶୀ ଘୋଷିତ

ନୂଆଦିଲ୍ଲୀ: ଦୁଇ ଦଶନ୍ଧି ପୂର୍ବେ କାରଗିଲ ଯୁଦ୍ଧରେ ଲଢ଼ିଥିବା ଭାରତୀୟ ଯବାନ ମହମ୍ମଦ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରାଯାଇଛି। ଏହା ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ୫୨ ବର୍ଷୀୟ ସନାଉଲ୍ଲା ବର୍ତ୍ତମାନ ଆସାମ ପୁଲିସରେ ଏଏସଆଇ ଭାବେ କାର୍ଯ୍ୟରତ ଅଛନ୍ତି। ବିଦେଶୀମାନଙ୍କ ପାଇଁ ଗଠିତ ନ୍ୟାୟାଧିକରଣ ସନାଉଲ୍ଲାଙ୍କୁ ବିଦେଶୀ ଘୋଷଣା କରିଛି।

ସନାଉଲ୍ଲା ଆସାମର କାମରୂପ ଜିଲା ବୋକୋ ଥାନା ଅନ୍ତର୍ଗତ କୋଲୋହିକାଶ ଗାଁର ନିବାସୀ। କାମରୂପ ଜିଲାର ଏସପି ସଞ୍ଜୀବ ସୌକିୟା କହିଛନ୍ତି, ୨୦୦୮ରେ ସନାଉଲ୍ଲାଙ୍କ ନାମ ମତଦାତା ସୂଚୀରେ ‘ଡି’(ସନ୍ଦିଗ୍ଧ) ମତଦାତା ରୂପେ ସ୍ଥାନିତ କରାଯାଇଥିଲା। ନ୍ୟାୟାଧିକରଣଙ୍କ ନିଷ୍ପତ୍ତି ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବା ସହିତ ସନାଉଲ୍ଲାଙ୍କୁ ଗୋଲପଡ଼ା ଜେଲ ହାଜତକୁ ପଠାଇ ଦିଆଯାଇଛି। ଜେଲ ଯିବା ପୂର୍ବରୁ ସନାଉଲ୍ଲା କହିଛନ୍ତି ଯେ, ସେ ଭାରତୀୟ ନାଗରିକ। ତାଙ୍କ ପରିବାର ୧୯୩୫ରୁ ଆସାମରେ ରହିଆସୁଛନ୍ତି। ତାଙ୍କ ପାଖରେ ନାଗରିକତା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ରହିଛି। ସେ ନ୍ୟାୟାଧିକରଣଙ୍କ ନିଷ୍ପତ୍ତି ବିରୋଧରେ ଗୁଆହାଟୀ ହାଇକୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି।

- Advertisement -

ଭୁଲ ବର୍ଷ କହିବାରୁ ବିଦେଶୀ ଘୋଷିତ ହେଲେ:-

ସେନାରେ ଜୁନିୟର କମିଶନ ଅଧିକାରୀ ପଦରେ ରହି ଅବସର ଗ୍ରହଣ କରିଥିବା ମହମ୍ମଦ ଅଜମଲ ହକ୍‌ କୁହନ୍ତି, ସନାଉଲ୍ଲା ଆସାମରେ ଜନ୍ମ ନେବାର ୨୦ ବର୍ଷ ପରେ ୧୯୮୭ରେ ସେନାରେ ଯୋଗଦେଇଥିଲେ। ୨୦୧୭ରେ ସେ ଅବସର ନେବା ପରେ ଆସାମ ପୁଲିସରେ ସାମିଲ ହୋଇଥିଲେ। କିନ୍ତୁ ଶୁଣାଣି ସମୟରେ ସେ ଭୁଲବଶତଃ ୧୯୭୮ରେ ସେନାରେ ସାମିଲ ହୋଇଥିବା ଉଲ୍ଲେଖ କରିଥିଲେ। ଏଭଳି ତ୍ରୁଟି ପାଇଁ ନ୍ୟାୟାଧିକରଣ ତାଙ୍କୁ ବିଦେଶୀ ଘୋଷଣା କରିଛନ୍ତି। ଶୁଣାଣି ସମୟରେ ନ୍ୟାୟାଧିକରଣ କହିଥିଲେ କୌଣସି ବ୍ୟକ୍ତି ୧୧ ବର୍ଷ ବୟସରେ ସେନାରେ ସାମିଲ ହୋଇପାରିବନି। ଅଜମଲ ହକ୍‌ଙ୍କୁ ବି ନ୍ୟାୟାଧିକରଣଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା।

ଆସାମରେ ଅଛନ୍ତି ୧ଲକ୍ଷ ୨୫ ହଜାର ୩୩୩ ସନ୍ଦିଗ୍ଧ ଭୋଟର:-

ଆସାମର ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱେରୀ କିଛିମାସ ପୂର୍ବରୁ ରାଜ୍ୟ ବିଧାନସଭାରେ ଏକ ରିପୋର୍ଟ ଦାଖଲ କରିଥିଲେ। ସେଥିରେ ଦର୍ଶାଯାଇଥିଲା ଯେ, ରାଜ୍ୟରେ ୧ ଲକ୍ଷ ୨୫ ହଜାର ୩୩୩ ଡି ଭୋଟର ଅର୍ଥାତ ନିର୍ବାଚନ ଆୟୋଗଙ୍କ ଦ୍ବାରା ଚିହ୍ନିତ ସନ୍ଦିଗ୍ଧ ମତଦାତା ଅଛନ୍ତି। ଏ ସମ୍ପର୍କିତ ୨ଲକ୍ଷ ୪୪ ହଜାର ୧୪୪ ମାମଲାରୁ ନ୍ୟାୟାଧିକରଣ ୧ ଲକ୍ଷ ୩୧ ହଜାର ୩୪ଟି ମାମଲାର ସମାଧାନ କରିସାରିଛନ୍ତି।

ମତଦାତା ସୂଚୀରେ ସନ୍ଦିଗ୍ଧ ରୂପରେ ଚିହ୍ନିତ ମତଦାତାମାନେ ଯଦି କୋର୍ଟରୁ ସେମାନେ ଭାରତୀୟ ବୋଲି ପ୍ରମାଣପତ୍ର ନେଇଆସିବେ ତା’ହେଲେ ସେମାନଙ୍କୁ ଏନଆରସିରେ ସାମିଲ କରାଯିବା ଉପରେ ବିଚାର କରାଯିବ ବୋଲି ଏନଆରସି(ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର)ର ସଂଯୋଜକ ପ୍ରତୀକ ହଜେଲା ଏକ ଅଧିସୂଚନା ଜାରି କରି କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories