QNETIC – Mobile

କପିଳାସ ଚନ୍ଦ୍ରଶେଖର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡ଼ି

ଓଡ଼ିଶା ସମେତ ବାହାର ରାଜ୍ୟର ହଜାର ହଜାର ଶ୍ରଦ୍ଧାଳୁଙ୍କ ଜଳଲାଗି

କାମାକ୍ଷାନଗର : ଢ଼େଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ ନିକଟରେ ଓଡ଼ିଶା ତଥା ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ଚନ୍ଦ୍ରଶେଖରଙ୍କ ଠାରେ ଶ୍ରାବଣ ମାସ ପ୍ରଥମ ସୋମବାର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଜିଲ୍ଲା ତଥା ରାଜ୍ୟ ବାହାରୁ କମଗରା ସ୍ଥିତ ବ୍ରାହ୍ମଣୀ ନଦୀରୁ ପୁଣ୍ୟ ଜଳ ନେଇ କପିଳାସ ଅଭିମୁଖେ ଯାତ୍ରା କରିଥିଲେ। ନଦୀ ପଠାରେ ଶିବଙ୍କର ବାଲୁଙ୍କା ପୂଜା ପରେ ପୂଜା ଅର୍ଚ୍ଚନା ସାରି ଶିବ ପଞ୍ଚାକ୍ଷର ଗାନ କରି ଚନ୍ଦ୍ରଶେଖର ମହାଦେବଙ୍କୁ ଜଳାଭିଶେକ କରିଛନ୍ତି । ଭକ୍ତମାନେ କାନ୍ଧରେ ବାହୁଙ୍ଗି ଧରି ରାସ୍ତାରେ ବୋଲ ବମ୍… ହରହର ବମ୍… ଧ୍ବନୀରେ କପିଳାସ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଏକ ସାତ୍ଵିକ ବାତାବରଣ ସୃଷ୍ଟି ହୋଇଥିଲା । ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିବାପାଇଁ ଡ଼ାକବାଜି ଯନ୍ତ୍ର ଦ୍ଵାରା ବୋଲ ବୋମ୍ ଗୀତ ଗାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି । ଢ଼େଙ୍କାନାଳ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ନିଜେ ଉପସ୍ଥିତ ରହି ବ୍ୟାରିକେଟ୍ କରାଇ ଶ୍ରଦ୍ଧାଳୁଙ୍କୁ ଜଳଲାଗି କରିବାରେ ସାହାଯ୍ୟ ଓ ସମସ୍ତ ସୁରକ୍ଷା ବ୍ୟବସ୍ଥା କରିଥିଲେ। ଢେଙ୍କାନାଳ ଠାରୁ କପିଳାସ ପର୍ଯ୍ୟନ୍ତ ଯିବା ରାସ୍ତାର ବିଶ୍ରାମ ନେବା ଓ ଖାଦ୍ୟ ପରିବେଷଣର ବ୍ୟବସ୍ଥା କରାଯାଇଥିଲା । କିଛି ଦୁର୍ଘଟଣାକୁ ଆଖି ଆଗରେ ରଖି ବିଭିନ୍ନ ଛକ ମାନଙ୍କରେ ଆମ୍ବୁଲାନ୍ସ୍ ଅଗ୍ନିଶ୍ରମ ବାହିନି ଓ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା।

Comments are closed.