କଣ୍ଟାବାଞ୍ଝି: କେନ୍ଦ୍ର ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଦେଶର ୫୦୮ଟି ରେଲରେଳଷ୍ଟେସନର ପୁର୍ନବିକାଶ ପାଇଁ ରବିବାର ଦିନ ପ୍ରଧାନମନ୍ତ୍ରୀ ଭର୍ଚ୍ଚୁଆଲ ମୋଡରେ ଶିଲାନ୍ୟାସ କରିଛନ୍ତି। ଏହି ପରପ୍ରେକ୍ଷିରେ ବଲାଙ୍ଗିର ଜିଲ୍ଲାର ୪ଟି ଷ୍ଟେସନ ମଧ୍ୟରୁ କଣ୍ଟାବାଞ୍ଝି ଷ୍ଟେସନକୁ ମଧ୍ୟ ସାମିଲ କରାଯାଇଛି। ଏହି ଅବସରରେ କଣ୍ଟାବାଞ୍ଝି ରେଳଷ୍ଟେସନ ପ୍ଲାଟଫର୍ମ ନଂ. ୧ରେ ଅନୁଷ୍ଠିତ ସାଧାରଣ ସଭାରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଦେଶର ୫୦୮ଟି ଷ୍ଟେସନ ବିଶ୍ୱସ୍ତରୀୟ ବିକାଶରେ କଂଟାବାଂଜିର ମଧ୍ୟ ବିକାଶ ହେବ ବୋଲି ସେ କହିଥିଲେ।
Popular Categories



