କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ୨ନଂ ପ୍ଲାଟଫର୍ମରେ ଚଳନ୍ତା ତିରୁପତି ଏକ୍ସପ୍ରେସ ଟ୍ରେନ୍ରେ ଚଢୁଥିବା ବେଳେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ ଘଟିଛି। ତେବେ ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ଜିଆରପି ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।
ପ୍ରାପ୍ତ ସୂଚନାମୁତାବକ ଗତକାଲି ରାତିରେ ଷ୍ଟେସନରେ ଜଣେ ଯୁବକ ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ସମୟରେ , ଉକ୍ତ ଯୁବକଙ୍କ ଗୋଡ ଖସିଯାଇ ତଳେ ପଡ଼ିଯାଇଥିଲେ। ତାଙ୍କ ଉପରେ ଟ୍ରେନ୍ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯୁବକ ଜଣଙ୍କ ବିଳାସପୁର ତିରୁପତି ଟ୍ରେନରେ ଯିବା ପାଇଁ ଆସୁଥିବାବେଳେ ଟ୍ରେନଟି ଷ୍ଟେସନରୁ ଛାଡୁଥିବା ଦେଖି ଦୌଡ଼ିକି ଚଢୁଥିବା ସମୟରେ ଏଭଳି ଘଟଣା ଘଟିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ଖବର ପାଇଁ ଘଟଣାସ୍ଥଳରେ ଜିଆରପି ଫାଣ୍ଡି ଅଧିକାରୀ ସବ ଇନ୍ସପେକ୍ଟର ସୀତାରାମ ସୁନାରି ପହଞ୍ଚି ଶବ ଜବତ କରିବା ସହ ଆଜି କଣ୍ଟାବାଞ୍ଜି ଡାକ୍ତର ଖାନରେ ଶବ ବ୍ୟବଚ୍ଛେଦ କରିବା ସହ ପରିଚୟ ମିଳି ନଥିବାରୁ ମୃତଦେହ ରଖିଥିବା ଜି. ଆର. ପି ପୁଲିସ ସୂଚନା ଦେଇଛି ।
ଟ୍ରେନ୍ରେ ଚଢୁଥିବା ବେଳେ ଖସି ପଡ଼ି ଯୁବକଙ୍କ ମୃତ୍ୟୁ
Popular Categories



