OMC 1 banner

ପ୍ରଚାର ଅଭିଯାନରେ ପୂର୍ବତନ ସାଂସଦ କଳିକେଶ

କଣ୍ଟାବାଞ୍ଜି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୁରେକେଲା ବ୍ଲକ ଜୋନ ନଂ୧୦ ଓ ଜୋନ ନଂ ୧୧ର ବିଜେଡି ଦଳୀୟ ପ୍ରାର୍ଥୀ ସମା ପରବିନ, ପୁରୁଷୋତ୍ତମ କୁଅଁରଙ୍କ ପାଇଁ ଆଜି ପ୍ରଚାର କଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ। ପଂଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭୋଟ ଗ୍ରହଣ ଆସନ୍ତା ୨୦ ତାରିଖ ହେଵା ପାଇଁ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି। ଇତି ମଧ୍ୟରେ ପ୍ରଚାର ପାଇଁ ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ହାଜି ମହମ୍ମଦ ଆୟୁବ ଖାନ, ବରିଷ୍ଠ ନେତା ଅଜୟ ଦାସ ଜୋରଦାର ପ୍ରଚାର ଚଳାଇ ଥିବା ବେଳେ, ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଫେରି ଯାଇଥିବା ବେଳେ ଆଜି ପୂବର୍ତନ ସାଂସଦ କଳିକେଶ ନାରାୟଣ ସିଂ ଦେଓ ଜୋନ ନଂ ୧୦ର ପ୍ରାର୍ଥୀ ସମା ପରବିନଙ୍କ ସପକ୍ଷରେ ହଳନ ଭଟା, ଢୋଲମାଂଡଲ, ବଡ଼ ଡ଼ାକଲା, ଘୁନେସ, ବଡ଼ବାଙ୍କି, ରାମୁଡ଼, ଟିକ୍ରାପଡା ଓ ଜୋନ ନଂ ୧୧ର ବିଜେଡି ପ୍ରାର୍ଥୀ ପୁରୁଷୋତ୍ତମ କୁଅଁରଙ୍କୁ ବିପୁଳ ସଂଖ୍ୟାରେ ଜିତାଇବା ପାଇଁ କୁଇବାହାଲ ପଂଚାୟତ କର୍ଲା ବାହାଳୀ, ଧାମଂଡଙ୍ଗା, ଚଟୁ ଅନକା, କୁର୍ଲି ଗ୍ରାମରେ ପ୍ରଚାର କରିବା ସହ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗାଁ ଗାଁରେ ବୁଝାଇ ଥିଲେ। ସାଂସଦ କଳିକେଶ ମାରାଥନ ଗସ୍ତ କରି ପ୍ରଚାର କାର୍ଯ୍ୟ ସାରି ଫେରି ଯାଇଥିବା ବେଳେ ତାଙ୍କ ସହ ବରିଷ୍ଠ ନେତା ଅଜୟ ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ଫିରୋଜ ଖାଁ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ବେହେରା, ବ୍ଲକ ସଭାପତି ଆଶା ଦୁଲ୍ହା ଖାଁ, ଶଶୀଧର ହିଆଁଳ, ଦେବରାଜ ଯାଦବ ପ୍ରମୁଖ ସାମିଲ ଥିଲେ।

Comments are closed.