ଘର ଭିତରେ ଗ୍ୟାସ ସିଲିଣ୍ଡର ଫାଟି ୬ ଗୁରୁତର

କଣ୍ଟାବାଞ୍ଜି:ଘର ଭିତରେ ଗ୍ୟାସ ସିଲିଣ୍ଡର ଫାଟି ୬ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ବେଲପଡ଼ା ଥାନା କାନୁଟ ଉପରପଡ଼ା ଗାଁରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଟିଭି ଦେଖୁଥିବାବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟି ଯାଇଥିଲା ଏବଂ ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା। ଏଥିରେ ୬ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଲି।