ଛାତ୍ର ବିଜେଡିର ସାଙ୍ଗଠନିକ ବୈଠକ
କଂଟାବାଞ୍ଜି: କଂଟାବାଞ୍ଜି ବିଜେଡି କାର୍ଯ୍ୟାଳୟ ଠାରେ ବିଧାୟକ ପ୍ରାର୍ଥି ଅଜୟ ଦାସଙ୍କ ଅବାହକତ୍ୱରେ କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ ଏବଂ କଂଟାବାଞ୍ଜି ଏନ.ଏ.ସି ର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ଗୁଞ୍ଜ ଖାଁ, ରାଜ୍ୟ ସଂପାଦକ ସୁମନ ନନ୍ଦ, ଜିଲ୍ଲା ପର୍ଯ୍ୟବେକ୍ଷକ ଅଭିଳାଶ ଦାସ ଯୋଗ ଦେଇ ସମାଜରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ସମନ୍ଧରେ ଉଦବୋଧନ ଦେବା ସହ ତୃଣମୂଳ ସ୍ଥରରେ ଦଳକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ। ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦଳର ଜନାଭିମୁଖି ଯୋଜନା କିପରି ଲୋକଙ୍କ ଭିତରେ ଆସିପାରିବ ଓ ତୃଣ ମୂଲସ୍ତରରେ ପହଂଚି ପାରିବ ତା ଉପରେ ସଭାପତି ଖାଁ ଗୁରୁତ୍ୱ ଦେଇଥିଲେ।
ଛାତ୍ରଛାତ୍ରୀମାନେ ପାଠପଢା ସହ ସମାଜ ଗଠନରେ ଆଗଭର ହେବା ଓ ସେବା ମାଧ୍ୟମରେ ଲୋକଙ୍କର ପ୍ରିୟ ଭାଜନ ହୋଇ ଆସନ୍ତା ଦିନରେ ଛାତ୍ର ସଂଗଠନକୁ ମଜୁବତ କରିବା ସହ ଆଗାମି ପଂଚାୟତ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳରେ ଭୂମିକା ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି ବୈଠକରେ ତୁରେକେଲା ଓ କଂଟାବାଞ୍ଜିରୁ କମଳା ଗଁଏତା, ଅଭିମନ୍ୟୁ ମେହେର, ବିଷ୍ଣୁ ମହାନନ୍ଦ, ଧର୍ମରାଜ ଖର୍ସେଲ, ମୋହନ ବେହେରା, ସୁମନ ବେହେରୋ, କୁଳରଣା, ଖୁସିରାମ ମାଝୀ, କେହ୍ନେଇ ମାଝୀ, ରଞ୍ଜନ କୁଅଁର, ବାବୁଲା ଝାଙ୍କର, ସୁଜିତ ସିପ୍କା, ଜୟଶ୍ରୀ ବେହେରା, ପ୍ରିୟଙ୍କା ଦିପ, ପ୍ରତିିମା ବେହେରା, ଉପାସି ବାଗ, ଅଷ୍ଟମି ମାଝୀ, ରାଧାକାନ୍ତ ମାଝୀ, ଅଶୋକ କୁଅଁର, ହର ରଣା, ବିଶ୍ୱଜିତ ବୁର୍ଲା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.