ନିରଞ୍ଜନ ବିଶିଙ୍କୁ ବିଜେଡ଼ି ଟିକେଟ, ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ତୁରେକେଲା ଆଦିବାସୀ ସଙ୍ଘ ତରଫରୁ କୃତଜ୍ଞତା

କଣ୍ଟାବାଞ୍ଜି: ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ତୁରେକେଲା ବ୍ଲକ ଶାଖା ତରଫରୁ ସଙ୍ଘର ସଭାପତି ଚୌବନ କିଶୋର ମାଝିଙ୍କ ନେତୃତ୍ୱରେ ଏକ ବୈଠକ ବସି ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାଶଚିବଟାଣୁଆ ସଂଗଠକ ନିରଞ୍ଜନ ବିଶିଙ୍କୁ ରାଜ୍ୟସଭାକୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ତୁରେକେଲା ଶାଖା ଜିଲ୍ଲା ଆଦିବାସୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ରାଜ୍ୟ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ ପଶ୍ଚିମ ଓଡିଶା ଆଦିବାସୀ ମହାସଂଘର ମହାସଚିବ ବିଶି ବାବୁ ରାଜ୍ୟ ସଭାକୁ ନିର୍ବାଚିତ ହେବା ପରେ ପଶ୍ଚିମ ଓଡିଶାର ପଛୁଆ ଅଞ୍ଚଳ ପାଇଁ ନିଶ୍ଚିତ ଭାବରେ ପାର୍ଲିଆମେଣ୍ଟରେ ସ୍ୱର ଉତ୍ତୋଳନ କରିବା ସହ ଏ ଅଞ୍ଚଳର ଉନ୍ନତି ପାଇଁ ସଂଗ୍ରାମ ଜାରି ରଖିବେ ବୋଲି ଆଶା ବିଶ୍ୱାସ ରଖିଛି ତୁରେକେଲା ଆଦିବାସୀ ସଂଘ। ଅନ୍ୟମାନଙ୍କ ମଧ୍ୟରେ ସଙ୍ଘ ଉପସଭାପତି ନରୋତ୍ତମ ମାଝି, ଜଗବନ୍ଧୁ ମାଝି, ନାରୀ ନେତ୍ରୀ ଖେଳନ୍ତି ସମରଥ, ସୁଶାନ୍ତ ମାଝି, ମଣି ସିଂ ମାଝି, ସମ୍ପାଦକ ଦୈତାରୀ ଭୋଇ, ରଂଜିତ ମାଝି ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.