ବିଜେଡ଼ି କର୍ମୀ ବୈଠକ ଅନୁଷ୍ଠିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ବ୍ଲକର ଗନ୍ଧର୍ଲା, ଯାମଖୁଣ୍ଟା, ଭୁରସାଗୁଡା ଓ ଚାନ୍ଦୁତରା ପଞ୍ଚାୟତର ବିଜେଡ଼ି କର୍ମୀମାନଙ୍କର ଏକ ବୈଠକ ୨୧ନଂ ଜିଲ୍ଲା ପରିଷଦ ଜୋନ ପ୍ରାର୍ଥୀ ଚିରଞ୍ଜିବୀ ଜାଲଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜେଡ଼ି ବିଧାୟକ ପ୍ରାର୍ଥୀ ଅଜୟ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ବିଜେଡ଼ି ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଉପସ୍ଥିତ କର୍ମୀମାନେ ଶପଥ ନେବାସହ ଆଗାମୀ ଦିନରେ ବିଜେଡ଼ି ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଂଚାଇବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଦଳୀୟ କର୍ମୀମାନେ ତଦାରଖ କରିବାକୁ ବିଜେଡ଼ି ଶ୍ରୀ ନେତା ଦାସ ଆହ୍ୱାନ ଦେଇଥିଲେ। ପରେ ଗତ ପଞ୍ଚାୟତ ନିର୍ବାଚନରେ ଜୋନ ନଂ ୨୧ରେ ଦଳର ପରାଜୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା।

Comments are closed.