www.samajalive.in
Sunday, December 7, 2025
23.1 C
Bhubaneswar

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ

କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ ଅନ୍‍ଲାଇନ୍‍ ମାଧ୍ୟମରେ ପାଳନ କରାଯାଇଥିଲା। ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନ ଉତ୍ସବରେ ଅନୁଷ୍ଠାନର କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଗୁରୁ ପୂର୍ଣ୍ଣିମାର ମହତ୍ତ୍ୱ ପ୍ରଦାନ କରିଥିଲେ। ଅନ୍‍ଲାଇନ୍‍ ମାଧ୍ୟମରେ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ସାହୁ ,ସଂପାଦକ ବ୍ରଜଶ୍ୟାମ ଗୁରୁ ତଥା ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ଉତ୍ସବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଉଙଠଓଊ-୧୯ ର ନିୟମ ପାଳନ ପୂର୍ବକ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ, ପରିଚାଳନା ସମିତିର କୋଷାଧ୍ୟକ୍ଷ ତଥା ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଗୁରୁ ପୂର୍ଣ୍ଣିମା ଉତ୍ସବରେ ଯୋଗ ଦେଇ ଗୁରୁ ପୂଜନ କରିଥିଲେ। ଅନ୍‍ଲାଇନ ମାଧ୍ୟମରେ ଅନୁଷ୍ଠିତ ଉତ୍ସବ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତାରେ ଅନେକ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଓ କାର୍ଯ୍ୟକର୍ତ୍ତା ନିଜ ଘରେ ରହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଆଚାର୍ଯ୍ୟ ଆଚାର୍ଯ୍ୟା ଓ ଶୁଭେଚ୍ଛୁଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories