ନବୋଦୟ ପ୍ରବେଶିକା ପରୀକ୍ଷାର ଶୀର୍ଷ ସ୍ଥାନରେ ସ୍ନେହାଶିଷ ସାହୁ

କଣ୍ଟାବାଞ୍ଜି: ଚଳିତ ବର୍ଷ ସିନ୍ଧେକେଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ସ୍ନେହାଶିଷ ସାହୁ ବେଲପଡା ସ୍ଥିତ ନବୋଦୟ ଷଷ୍ଠ ଶ୍ରେଣୀର ପ୍ରବେଶିକା ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ପରୀକ୍ଷାରେ ସର୍ବମୋଟ୍ ୧୦୦ ରୁ ୧୦୦ ନମ୍ବର ରଖି ଜିଲ୍ଲାରେ କୃତିତ୍ୱ ହାସଲ କରିଛନ୍ତି ଓଡ଼ିଆ ପୁଅ ସ୍ନେହାଶିଷ । ତାଙ୍କ ଘର‌ ସିନ୍ଧେକେଲା ଗ୍ରାମରେ ଅବସ୍ଥିତ । ସ୍ନେହାଶିଷଙ୍କ ପିତା ତରୁଣ କୁମାର ସାହୁ ସରକାରୀ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ମାଆ ନିରୋଦିନୀ ସାହୁ ଜଣେ ଗୃହିଣୀ । ନବୋଦୟ ପ୍ରବେଶିକା ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହ ଜିଲ୍ଲାରେ ଶୀର୍ଷ ସ୍ଥାନ ହାସଲ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ମିଳିଛି । ଭବିଷ୍ୟତରେ ଭାରତୀୟ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଆଇଟି) ରେ ଭଲ ପାଠ ପଢି ଇଂଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ପ୍ରବେଶିକା ପରୀକ୍ଷା ପାଇଁ ଦିନକୁ ପ୍ରାୟ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ଏଭଳି କୃତିତ୍ୱ ହାସଲ ଦିଗରେ ସ୍ନେହାଶିଷ ତାଙ୍କ ମାତାପିତା ଓ ଟ୍ୟୁସନ୍ ଶିକ୍ଷକ ସୁନୀଲ୍ କୁମାର ସାହୁଙ୍କୁ ଶ୍ରେୟ ଦେଇଛନ୍ତି ।

Comments are closed.