www.samajalive.in
Tuesday, December 9, 2025
15.1 C
Bhubaneswar

୮ ସହପାଠୀଙ୍କ ଆଖିରେ ଲଗାଇ ଦେଲେ ‘ଫେଭି କୁଇକ୍‌’

ଫୁଲବାଣୀ: କିଛି ସହପାଠୀଙ୍କ ଦୁଷ୍ଟାମିର ଶିକାର ହୋଇଛନ୍ତି ୮ ଛାତ୍ର। ଶୋଇଥିବା ବେଳେ ୪ର୍ଥ ଓ ୫ମ ଶ୍ରେଣୀର ୮ଜଣ ଛାତ୍ରଙ୍କ ଆଖିରେ ଆଉ କିଛି ସହପାଠୀ ଫେଭି କୁଇକ ଅଠା ଲଗାଇ ଦେଇଥିଲେ। ଫଳରେ ସେମାନଙ୍କ ଆଖିପତା ଆଉ ଖୋଲି ନଥିଲା। ଫଳରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ସଲାଗୁଡା ଆଶ୍ରମ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗୁରୁବାର ରାତିରେ ଛାତ୍ରମାନେ ଖାଇସାରି ଶୋଇ ପଡ଼ିଥିଲେ। ବିଳମ୍ବିତ ରାତିରେ କିଛି ସହପାଠୀ ଥଟ୍ଟାମଜା କରିବା ପାଇଁ ଶୟନରତ ଅନ୍ୟ ୮ ଛାତ୍ରଙ୍କ ଆଖିରେ ଫେଭି କୁଇକ ଲଗାଇ ଦେଇଥିଲେ। ଫଳରେ କାହାର ହେଲେ ଆଖି ଖୋଲି ନଥିଲା। ଆଜି କିଛି ଶିକ୍ଷକ ଓ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ ପିଲାମାନଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ ଗୋଛାପଡ଼ା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଯାଇଥିବା ବେଳେ ୭ ଜଣ ଗୁରୁତରଙ୍କୁ ସଲାଗୁଡ଼ା ସରପଞ୍ଚ ରୋହିତ କହଁର ନିଜ ବୋଲେରୋ ଗାଡ଼ିରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରାଇଥିଲେ। କିଛି ଶିକ୍ଷୟିତ୍ରୀ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି।

ଆଶ୍ରମ ସ୍କୁଲରେ ପ୍ରଧାନ ଶିକ୍ଷକ ରହୁନାହାନ୍ତି। ଶିକ୍ଷକମାନେ ପାଳି କରି ଆସୁଛନ୍ତି। ଜିଲାପାଳଙ୍କ ଠାରୁ ଆରମ୍ଭ କରି ବିଡିଓ ଓ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଯେଉଁଥି ପାଇଁ ଆଜି ଏପରି ଅଭାବନୀୟ ଘଟଣା ଘଟିଲା ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି। ଛାତ୍ରାବାସ ଭିତରେ ଛାତ୍ରମାନେ ଫେଭି କୁଇକ ଅଠା ପାଇଲେ କିପରି ତାହାକୁ ନେଇ ପ୍ରଶ୍ନ ଉଠିଛି।

- Advertisement -

ଫୁଲବାଣୀ ବିଧାୟକ ଉମାଚରଣ ମଲିକ, ଜିଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଏବଂ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିଛନ୍ତି। ଗୋଛାପଡ଼ାରେ ଜଣେ ଛାତ୍ର ଧୀରେ ଧୀରେ ଆଖିପତା ଖୋଲିଥିବା ବେଳେ ଫୁଲବାଣୀରେ ଚିକିତ୍ସିତ ହେଉଥିବା ଅନ୍ୟ ୭ଜଣ ମଧ୍ୟ ସାମାନ୍ୟ ସୁସ୍ଥ ହେଉଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ଓ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସରପଞ୍ଚ କ୍ଷୋଭ ପ୍ରକାଶ କରିବା ସହ ଏହା ବିରୋଧରେ ଆସନ୍ତା ୧୭ ତାରିଖରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories