ଚେନ୍ନାଇ : ଅଭିନେତାରୁ ରାଜନେତା ପାଲଟିଥିବା କମଲ ହସନ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢିବେ ବୋଲି ଶନିବାର ଘୋଷଣା କରିଛନ୍ତି। ତାଙ୍କ ଦଳ ‘ମକ୍କଲ ନୀଧି ମୈୟମ’ ପକ୍ଷରୁ ଲୋଭସଭା ନିର୍ବାଚନରେ ପ୍ରାର୍ଥୀ ଦିଆଯିବ। ଏ ନେଇ ଖୁବଶୀଘ୍ର ଏକ କମିଟି ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ। ତାଙ୍କ ଦଳ ତାମିଲନାଡୁର ବିକାଶକୁ ନିର୍ବାଚନୀ ପ୍ରସଙ୍ଗ କରିବ। ଏଥିପାଇଁ ସମଭାବାପନ୍ନ ଦଳଗୁଡିକ ସହିତ ମେଣ୍ଟ କରିବାକୁ ତାଙ୍କ ଦଳ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ କମଲ ହସନ ଗତ ଫେବୃଆରୀରେ ଏହି ଦଳ ଗଠନ କରିଥିଲେ।
Popular Categories



