ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଥାନା କାଦୁଆ ଗ୍ରାମ ରେ ମହୁମାଛି ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ମାୟାଧର ଦେହୁରୀ (୫୫)। ସୂଚନା ଅନୁସାରେ ମାୟାଧର ଆଜି ସନ୍ଧ୍ୟା ସମୟରେ ନିଜ ବିଲକୁ ଯାଇଥିବା ବେଳେ ହଟାତ ମହୁମାଛି ଆକ୍ରମଣ ର ଶିକାର ହୋଇଥିଲେ। ଫଳରେ ଗୁରୁତର ଅବସ୍ଥା ରେ ସେ ବିଲହୁଡ଼ା ରେ ପଡି ରହିଥିଲେ। କିଛି ସ୍ଥାନୀୟ ଲୋକ ଙ୍କ ସହାୟତା ରେ ମାୟାଧର ଙ୍କୁ ଗୁରୁତର ଅବସ୍ଥା ରେ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଥିଲା।ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ ଥିବା ରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି।

Comments are closed.