www.samajalive.in
Monday, December 8, 2025
16.1 C
Bhubaneswar

‘ସମାଜ ପ୍ରଭାବ’; ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖମ୍ବ ସଜାଡ଼ିଲା ବିଦ୍ୟୁତ ବିଭାଗ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଲୁହା ବିଦ୍ୟୁତ ଖମ୍ବ ବିପଦ ସଂକୁଳ ଅବସ୍ଥାରେ ରହିଥିବା ନେଇ ଜନ ଅସନ୍ତୋଷ ଦେଖାଦେଉଥିବା ଖବର ‘ସମାଜ’ରେ ପ୍ରକାଶ ପାଇବା ପରେ ଆଜି ବିଦ୍ୟୁତ ବିଭାଗ ପକ୍ଷରୁ ସଜଡା ଯାଇଥିବା ଦେଖିବାକୁ ମିଳିଛି। ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ଚନ୍ଦନ ବେହେରାଙ୍କ ନିର୍ଦେଶ କ୍ରମେ ଲାଇନମ୍ୟାନ ଭବାନୀ ଶଙ୍କର ନାୟକ, ସୁପରଭାଇଜର ପ୍ରମୋଦ କୁମାର ବିଷୋୟୀ, ସନ୍ତୋଷ କୁମାର ଗନ୍ତାୟତ, ଅନିରୁଦ୍ଧ କୌଶଲ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ କରିଥିଲେ। ବିଦ୍ୟୁତ ସଟ ଡାଉନ କରି କଲ୍ୟାଣସିଂହପୁର ସଦରରେ ବଡବ୍ରାହ୍ମଣସାହିରେ ଥିବା ପୁରୁଣା ଲୁହା ବିଦ୍ୟୁତ ଖମ୍ବର ତଳ ପାର୍ଶ୍ୱରେ କଳଙ୍କି ଧରି କଣା ହୋଇଯାଇଥିଲା। ଏହାକୁ ନେଇ ଅଭିଯୋଗ କରିବା ପରେ ତା ପାଖକୁ ଅନ୍ୟ ଏକ ଲୁହାଖଣ୍ଡ ଖମ୍ବ ପୋତି ତାର ସାହାଯ୍ୟରେ ବାନ୍ଧି ରଖିଥିଲେ। ଏହି ନଷ୍ଟ ହୋଇଯାଇଥିବା ବିଦ୍ୟୁତ ଖମ୍ବକୁ ବାହାର କରି ନୂତନ ଖମ୍ବ ପୋତି ବିଦ୍ୟୁତ ତାର ସଂଯୋଗ କରାଯାଇଛି।
ସେହିପରି କାମ୍ପସାହି, ଦାଣ୍ଡିଆ ସାହି, କାଚରା ସାହି, ଜଗନ୍ନାଥ ସାହିରେ ନଷ୍ଟ ହୋଇଥିବା ବିଦ୍ୟୁତ ଖମ୍ବ ବାହାର କରି ନୂତନ ବିଦ୍ୟୁତ ଖମ୍ବ ପୋତିଛନ୍ତି। ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଥିବା ଟ୍ରାନ୍ସଫରମର ଢଳି ବିପଦ ସଂକୁଳ ଅବସରରେ ରହିଥିଲା ତାହାକୁ ସଠିକ ଭାବରେ ପୋତି ଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ ଅଭିଯୋଗ କରି ଆସୁଥିଲେ। ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ କରାଯାଇଛି।

ପିତୃପକ୍ଷ: ଗ୍ରହଙ୍କ ଦୁର୍ଲ୍ଲଭ ସଂଯୋଗ, କେଉଁ ରାଶି ହେବେ ମାଲାମାଲ୍‌, କାହାର ଦେଖାଦେବ ସମସ୍ୟା

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories