କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତରେ ଥିବା ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟରେ ମାଆଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରିଥିବା ଦେଖିବାକୁ ମିଳିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ ବିଭାଗଙ୍କ ଅଭିନଵ ପଦକ୍ଷେପରେ ଜୁନ ୨୦ ତାରିଖରୁ ୩୦ ତାରିଖ ମଧ୍ୟରେ ମାଆଙ୍କ ନାମରେ ଗୋଟିଏ ଲେଖାଏଁ ଗଛ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଧଳଙ୍କ ନେତୃତ୍ୱରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀ, ଅଭିଭାବକ ମିଳିତରେ ପ୍ରାୟ ୫୦ଟି ଔଷଧୀୟ ବୃକ୍ଷ ସହ ବଉଳ, ଆମ୍ବ, ଡାଳିମ୍ବ, ଲେମ୍ବୁ, ପିସ୍ତାବାଦାମ ଭଳି ବୃକ୍ଷ ରୋପଣ କରିଛନ୍ତି। ପ୍ରାକୃତିକ ପରିବେଶକୁ ସବୁଜିମା ଓ ସୁସ୍ଥ ସମାଜ ଗଠନ ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ରହିଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ଧଳ କହିଛନ୍ତି। ସେହିପରି ପୂଜାରିଗୁଡା କସ୍ତୁରିବା ଗାନ୍ଧୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ ନିବାସରେ ରହୁଥିବା ଛାତ୍ରୀମାନେ ଓ ମହିଳା ପିଅନ ମିଳିତରେ ୱାଡେନ ଅନୁସାୟା ସାମଲଙ୍କ ନେତୃତ୍ୱରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିବା ଜଣାପଡିଛି।
Popular Categories



