କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡଗୁଡା ପଞ୍ଚାୟତର ଦେଉଳବାଡି ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଉକ୍ତ ଗ୍ରାମରେ ଦୁଇଟି ସାହିରେ ପ୍ରାୟ ୩୫ଟି ଘର, ୩୦୦ ଜନସଂଖ୍ୟା ରହିଛି। ଗ୍ରାମରେ ତିନୋଟି ନଳକୂପ ରହିଛି କିନ୍ତୁ ଏକ ହାଣ୍ଡି ପାଣି ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଚି ତାହା ବ୍ୟବହାରେ ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଛି। ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ପାଖରେ ଥିବା ପୋଖରୀ ନିକଟରେ ଏକ ଝର ବାହାରିବାରୁ ଗ୍ରାମବାସୀ ସେହି ଝର ନିକଟରେ ଏକ ଚୁଆ ଖୋଲି ସେଥିର ପାଣି ବ୍ୟବହାର କରି ଆସୁଛନ୍ତି। ପୋଖରୀରେ ଗାଈଗୋରୁ ଠାରୁ ଆରମ୍ଭ କରି ଲୋକମାନେ ଲୁଗାପଟା ସଫା ମଧ୍ୟ କରି ଉକ୍ତ ପାଣିକୁ ବ୍ୟବହାରୁ କରି ଆସୁଛନ୍ତି।
ଯାହାଫଳରେ ଗ୍ରାମରେ ପ୍ରାୟ ୩ ରୁ ୪ ଜଣ କିଡ୍ନୀ ରୋଗରେ ଆକ୍ରାନ୍ତ ସହ ଅନ୍ୟମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି। ଏହାକୁ ନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଗ୍ରାମର ମମିଳା ଝାଲିଆ, ମାଣିକାଲୁ ମହେଶ୍ୱେରୀ, ସହେନ୍ଦ୍ରି ସାଲକା, ଗାଙ୍ଗନା କୁନି, କସ୍ତୁରୀ ଗୁନା, ପାର୍ବତୀ ସାହୁ, ଦାଣ୍ଡୁପାତି ସାରଦା, ଦାଣ୍ଡୁପାତି ଗୌରୀ, ଦାଣ୍ଡୁପାତି ପାର୍ବତୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୁଡଗୁଡା ସରପଞ୍ଚ ଶ୍ରରାମ କାଡ୍ରାକା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି। ଏ ସମ୍ପର୍କରେ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି ପଣ୍ଡା ଙ୍କୁ ପଚାରିବାରୁ ଏ ସମ୍ପର୍କରେ କିଏ ଜଣାଇନାହାନ୍ତି, ଦୁଇ ଦିନ ମଧ୍ୟରେ ସମସ୍ୟା ସମାଧାନ କରାଯିବ ବୋଲି କହିଛନ୍ତି।
ଗ୍ରୀଷ୍ମ ଋତୁ ପୂର୍ବରୁ ବ୍ଲକରେ ଥିବା ସମସ୍ତ ନଳକୂପ ମରାମତି ହୋଇନଥିବାରୁ ପାନୀୟ ଜଳ ସମସ୍ୟା ଦେଖାଦେଉଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।
ମାତ୍ର ୪୧୨ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ରେଡ୍ମିର ଏହି ୫ଜି ସ୍ମାର୍ଟଫୋନ୍, ଜବରଦସ୍ତ ଫିଚର୍ ପୁଣି ମିଳିବ ରିହାତି..
ହସି ହସି ଗଡି ଯିବେ.. ଦେଖନ୍ତୁ ଭିଡିଓ ; ବିବାହ ଭୋଜିରେ ଲଫାପା ନାହିଁ ତ ଖାଇବା ପ୍ଲେଟ ନାହିଁ



