ନିଜ କାର୍ଯ୍ୟସ୍ଥଳକୁ ଯାଉ ନାହାନ୍ତି ଗ୍ରାହକ ସେବକେନ୍ଦ୍ର ଅପେରେଟର୍

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ଗ୍ରାହକ ସେବକେନ୍ଦ୍ରରେ ଅପେରେଟର୍ ନିଜ କାର୍ଯ୍ୟସ୍ଥଳକୁ ଯାଉନଥିବାରୁ ଗ୍ରାହକ ହନ୍ତସନ୍ତ ହେବାର ଦେଖିବାକୁ ମିଳିଛି। ଭାରତ ସରକାରଙ୍କ ପଞ୍ଚାୟତ ସ୍ତରରେ ଆର୍ଥିକ କାରବାର ସୁଦୃଢ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ର ଆରମ୍ଭ କରିଥଲେ। ଗ୍ରାହକମାନେ ଯେଭଳି ନିଜ ନିଜ ପଞ୍ଚାୟତରେ ନୂତନ ଭାବେ ବ୍ୟାଙ୍କ ଖାତା ଖୋଲିବା, ଟଙ୍କା ଦେଣ ନେଣ କରିବା, ବୟସ୍କମାନେ ନିଜ ଗାଁରେ ଟଙ୍କା ଉଠାଇବା, ତା’ ସହିତ ପ୍ରସୂତି ମହିଳାମାନେ ସୁବିଧାରେ ଟଙ୍କା ଉଠାଇବା ପାଇଁ ଭାରତ ସରକାର ସୁବିଧା କରିଥିଲେ। କିନ୍ତୁ ତାହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଉକ୍ତ ବ୍ଲକରେ,ବିଗତ କିଛି ବର୍ଷ ପୂର୍ବେ ନେଟୱର୍କ କିଛି ପଞ୍ଚାୟତରେ ନ ଥିବାରୁ ସେବା କେନ୍ଦ୍ର ଅପରେଟରମାନେ ଅନ୍ୟତ୍ର ଗ୍ରାହକ ମାନଙ୍କୁ ସେବା ଯୋଗାଇ ଆସୁଥିଲେ କିନ୍ତୁ ବର୍ତ୍ତମାନ ସବୁ ପଞ୍ଚାୟତରେ ନେଟୱର୍କ ପହଞ୍ଚି ଥିଲେ ମଧ୍ୟ ଅପରେଟର ମାନେ ନିଜ ନିଜ କାର୍ଯ୍ୟସ୍ଥଳୀକୁ ଯାଉ ନଥିବା ଦେଖିବାକୁ ମିଳିଛି। ଯାହା ସରକାର ନିୟମକୁ ନ ମାନି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ନିରୀହ ଆଦିବାସୀ ଜନତା ମାତ୍ର ୫୦୦ ଟଙ୍କା ଉଠାଣ କରିବା ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି। ଏହାର ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ସ୍ତରୀୟ ତଦନ୍ତ ପାଇଁ ଦାବି ହୋଇଛି। କଲ୍ୟାଣସିଂହପୁର ବ୍ଲକରେ ୧୪ଟି ପଞ୍ଚାୟତରେ ୧୨ଟି ଆମ ବ୍ୟାଙ୍କ ଖୋଲାଯାଇଛି। ସେହି ୧୨ଟି ଆମ ବ୍ୟାଙ୍କରେ ଅପରେଟରମାନେ ଗୋଟିଏ ଲେଖାଏଁ ପିଲାକୁ ରଖି ସଦରରେ ଜନସେବା କେନ୍ଦ୍ର ଖୋଲି ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି । ଏହାକୁ ବ୍ଲକ ଦ୍ୱାରା ପରିଚାଳିତ ହେଉଥିବା ଜଣାପଡିଛି । ଗୋଟିଏ ପଞ୍ଚାୟତରେ ଗ୍ରାହକ ସେବା କେନ୍ଦ୍ର ଓ ଆମ ବ୍ୟାଙ୍କ ଖୋଲି ଲୋକଙ୍କୁ ସେବା ଯୋଗାଇବା କଥା କିନ୍ତୁ ଏହି ମନମୁଖୀ କାର୍ଯ୍ୟ ଯୋଗୁଁ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ ହୋଇଛି ।
ଜୁନ୍ ମାସରେ ଏହି ରାଶିଙ୍କୁ ଧନୀ କରିବାକୁ ଆସୁଛନ୍ତି ଶୁକ୍ର: ଏମାନେ ହେବେ ମାଲାମାଲ୍, ହେବ ବିବାହ..
Comments are closed.