www.samajalive.in
Monday, December 8, 2025
14.1 C
Bhubaneswar

ଜାତୀୟ କୁଷ୍ଠ ନିରାକରଣ ସଚେତନତା ଅଭିଯାନ

କଲ୍ୟାଣସିଂହପୁର: ଦେହରେ କୌଣସି ଧଳା ଛଉ ଚି଼ହ୍ନ ଵା ତମ୍ବାଳିଆ ଛଉ ଚି଼ହ୍ନ ଦେଖାଦେଲେ କୁଷ୍ଠ ରୋଗ ବୋଲି ସନ୍ଧେହ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । କୁଷ୍ଠ ଆରୋଗ୍ୟ ସାଧ୍ୟ ଏବଂ ଏହାର ଚିକିତ୍ସା ସହଜ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ।

ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ କୁଷ୍ଠ ନିରାକରଣ ସଚେତନତା ଅଭିଯାନରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପୋମିୟ ପ୍ରସାଦ ମୁଟୁକା ଏବଂ ସ୍ୱାସ୍ଥ୍ୟ ବିଭାଗର ବ୍ଲକ ନୋଡାଲ କର୍ମଚାରୀ ବୁଧେଶ୍ୱର ଦେ ଅତିଥି ଭାବେ ଯୋଗ ଜନ ସଚେତନତା ସୃଷ୍ଟି ନେଇ ବକ୍ତବ୍ୟ ରଖିଥିଲେ।

- Advertisement -

ଏହି ଅବସରରେ କୁଷ୍ଠ ରୋଗୀକୁ ସମାଜରୁ ବାସନ୍ଦ ନ କରିବା, ତାକୁ ମାନସିକ ସ୍ତରରେ ଧୈର୍ଯ୍ୟ ପ୍ରଦାନ କରିବା,  ଔଷଧ ଖାଇବା ପାଇଁ ବୁଝାଇବା ଏବଂ ନିଜ ଅଞ୍ଚଳକୁ କୁଷ୍ଠ ମୁକ୍ତ କରାଇବା ନେଇ ଛାତ୍ରଛାତ୍ରୀମାନେ ଶପଥ ନେଇଥିଲେ। ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି ପରିଚାଳନା କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories