କୀଟନାଶକ ଔଷଧ ସେବନକରି ନାବାଳିକା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଭିତର ଝୋଲା ଗ୍ରାମର ନାବାଳିକା କୀଟନାଶକ ଔଷଧ ସେବନକରି ଗୁରୁତର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ ଆଜି ସକାଳୁ ଝିଅ କପା ଗୁଡ଼ିଆକୁ ତୋଳିବା ପାଇଁ ଯାଇଥିବା ବେଳେ ମାଆ ପିଡ଼ିଏସ ଚାଉଳ ଆଣିବା ପାଇଁ ପଞ୍ଚାୟତକୁ ଆସିଥିଲେ। ଝିଅ ଔଷଧ ଖାଇ ଛଟପଟ ହେଉଥିବା ଖବର ମାଆ ପାଇ ଚାଉଳ ନ ଆଣି ଘରକୁ ଆସିଥିଲେ। ଝିଅ ଘରେ ଥିବା କୀଟନାଶକ ଔଷଧ ଖାଇ ଥିବା ଜାଣି ସଙ୍ଗେ ସଙ୍ଗେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ନାବାଳିକା ଅବସ୍ଥା ଗୁରୁତର ହୋଇ ଥିବାରୁ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ। ସେଠାରେ ଡାକ୍ତର ଦେଖି କୋରାପୁଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

prayash

ଖୁବ୍‌ ଶୀଘ୍ର ୬ ଗ୍ରହ ଏକାଠି ପରେ ହେବ ଦୁର୍ଲ୍ଲଭ ସଂଯୋଗ; ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାର ଚିନ୍ତା କାହାର ବଢିବ ଧନ..

kalyan agarbati

Comments are closed.