ଗୁଲାବ ବାତ୍ୟାକୁ ନେଇ ସଚେତନତା

କଲ୍ୟାଣସିଂହପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ଗୁଲାବ ବାତ୍ୟା କୁ ନେଇ ରାୟଗଡା ଜିଲାକୁ ରେଡ଼ ଜୋନରେ ଘୋଷଣା କରିଥିବା ବେଳେ କଲ୍ୟାଣସିଂହପୁର ବ୍ଲକକୁ ଜିଲାପାଳ ସରୋଜ କୁମାର ମିଶ୍ର  ସତର୍କ ରହିବାକୁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ନାଗାବଳୀ ନଦୀ କୂଳରେ ଅବସ୍ଥିତ ଥିବା ମାଝୀଗୁଡା ପଞ୍ଚାୟତର  ଜିଲୁଣ୍ଡା, କୁମ୍ଭାରଗୁଡା, କତାଗୁଡା, କୁରାଡି,ବଡ କନ୍ଧ କାତିପାଡୁ ,ପୂଜାରୀଗୁଡା ପଞ୍ଚାୟତର ପୂଜାରୀଗୁଡା, ବିନିଶପୁର, ବଡଦ୍ୱାର ସାହିରେ ଲୋକଙ୍କୁ ରାଜସ୍ୱ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ମିନାକ୍ଷୀ ପାଣିଗ୍ରାହୀ ଗାଁ ବୁଲି ବୁଲି ସଚେତନତା କରିଥିଲେ। ବର୍ଷା ଓ ପବନ ହେବା ମାତ୍ରେ  ନିକଟରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରରେ ଆଶ୍ରୟ ନେବା ପାଇଁ ପରାମର୍ଶ ଦେଇଥିଲେ । ମାଝୀଗୁଡା ପଞ୍ଚାୟତରେ କିଛି ଗାଁକୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି ।ବ୍ଲକର ଉଭୟ ପାର୍ଶ୍ୱରେ ଥିବା ନାଗାବଳୀ ଓ କଲ୍ୟାଣୀ ନଦୀ କୂଳରେ ଅବସ୍ଥିତ ଥିବା ଗ୍ରାମକୁ ମଧ୍ୟ ପ୍ରଶାସନ ପହଞ୍ଚି ବର୍ଷା ଓ ପବନ ହେବା ମାତ୍ରେ ନିକଟସ୍ଥ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦରେ ଆଶ୍ରୟ ନେବାପାଇଁ ପରାମର୍ଶ ଦିଆଯାଇଛି।

 

prayash
୨୦୧୭ମସିହାରେ ବାଦଲ ଫଟା ବର୍ଷାରେ ଉକ୍ତ ଅଂଚଳରେ ବହୁତ କ୍ଷୟକ୍ଷତି ହୋଇଥିଲା ଏହାକୁ ଦୃଷ୍ଟିରେ ରଖି ଓଡ୍ରାଫ ଦଳ ମଧ୍ୟ ଆସି ସ୍ଥାନୀୟ ବିଦ୍ୟାଳୟ ରେ  ରହିବା ବ୍ୟବସ୍ଥା ରହିଛି। ଆଜି ବିଡ଼ିଓ  ସୁଧାକର ରଇତ ମଧ୍ୟ ନଦୀକୂଳିଆ ଗାଁକୁ ଯାଇ ସଚେତନ କରିଛନ୍ତି ।ବାତ୍ୟା ପୂର୍ବରୁ ପ୍ରଶାସନ ପକ୍ଷରୁ ସଜାଗ ରହିଥିବା ଦେଖିବାକୁ ମିଳିଛି ।ଏଥିପାଇଁସ୍ଥାନୀୟ ବଡବ୍ରାହ୍ମଣ ପ୍ରାଥମିକ ବିଦ୍ୟାଳୟରେ  ପ୍ରଶାସନ ପକ୍ଷରୁ ଅସହାୟ ବୁଡାବୁଢ଼ୀ ମାନଙ୍କ ପାଇଁ ଅସ୍ଥାୟୀ ଆହାର କେନ୍ଦ୍ର କରାଯାଇଥିବା ବିଡ଼ିଓ ସୁଧାକର ରଇତ କହିଛନ୍ତି ।ଉକ୍ତ ଅଞ୍ଚଳରେ ଡ଼ାକବାଜି ଯନ୍ତ୍ରରେ ପ୍ରଚାରପ୍ରସାର କରାଯାଉଛି ।ଏହି ଅଞ୍ଚଳ କୁ ଜିଲା ଆରକ୍ଷୀ ଅଧିକାରୀ  ବିବେକାନନ୍ଦ ଶର୍ମା କୁ ପରିଦର୍ଶନରେ ଆସିଥିଲେ ।ଏଥିରେ ସମସ୍ତ ପୁଲିସ ମଧ୍ୟ ଉପସ୍ଥିତ ଥିଲେ ।
kalyan agarbati

Comments are closed.