www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟୁତ ସର୍ଟ ସର୍କିଟରେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ସଦର ପଞ୍ଚାୟତର ବ୍ୟାଙ୍କ ସାହିରେ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଚାରିଟି ଘର ଜଳି ଯାଇଛି। ମଙ୍ଗଳବାର ରାତି ୧୨ଟା ୪୦ମିନିଟରେ ସାହିର କିଛି ଲୋକ ବାହାରକୁ ଉଠି ଆସିବା ବେଳେ ସାପା ଜୟରାମ, ସିଲା କ୍ରିଷ୍ଣ।,ବାରାଟମ ଶିନୀବାସ ରାଓ, ଭୋମି ରମେଶଙ୍କ ଘର ଜଳୁଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ଉକ୍ତ ପରିବାରକୁ ଉଠାଇ ସ୍ଥାନୀୟ ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଥାନା ଅଧିକାରୀ ନୀଳକଣ୍ଠ ବେହେରା,ଏସ ଆଇ ପୁରୁଷୋତ୍ତମ ଜାନି ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେଉଁ ଠାରୁ ବିଦ୍ୟୁତ ସର୍ଟ ସର୍କିଟ ହୋଇ ଘରେ ନିଆଁ ଲାଗିଛି, ତାହାର କୌଣସି ସ୍ପଷ୍ଟତା ମିଳିନାହିଁ। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର, ଖାଦ୍ୟ ସାମଗ୍ରୀ, ଖଟ, ଟିଭି, ପୋଷାକ ପୋଡି ନଷ୍ଟ ହୋଇଯାଇଛି। ଆଜି ସକାଳୁ ମାଝୀଗୁଡା ରାଜସ୍ୱ ନିରୀକ୍ଷକ ନମିତା ରାଣୀ ଗମାଙ୍ଗ, ତହସିଲଦାର ରଞ୍ଜନ କୁମାର ମାନସେଠ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି। କ୍ଷତିଗ୍ରସ୍ତଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories