www.samajalive.in
Sunday, December 7, 2025
23.1 C
Bhubaneswar

କଳିଙ୍ଗା ଘାଟିରେ ଭୂସ୍ଖଳନ

ଭଞ୍ଜନଗର/ଫୁଲବାଣୀ/ଜି.ଉଦୟଗିରି: ବାଦଲ ଫଟା ବର୍ଷା କାରଣରୁ କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଳକର କଳିଙ୍ଗା ଘାଟିରେ ଆଜି ବଡ଼ଧରଣର ଭୂସ୍ଖଳନ ହୋଇଛି। ଜାତୀୟ ରାଜପଥରେ ପ୍ରକୃତିର ଏଭଳି ତାଣ୍ଡବ ଯୋଗୁଁ ଘାଟିର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି। ଭୂସ୍ଖଳନ ଯୋଗୁଁ କନ୍ଧମାଳ-ଗଞ୍ଜାମ ରାସ୍ତା ବିଛିନ୍ନ ହୋଇ ପଡ଼ିଛି। ଓଡ଼ିଶା, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ପଥର ଓ ମାଟି ଅତଡ଼ା ଖସି ରାସ୍ତାରେ ଗଦା ହେବାରୁ ଗଞ୍ଜାମ ଜିଲାରୁ କନ୍ଧମାଳ ସହ ପଶ୍ଚିମ ଓଡିଶାର ବିଭିନ୍ନ ସହରକୁ ଯାତାୟତ ବନ୍ଦ ହୋଇଯାଇଛି। ସୌଭାଗ୍ୟବଶତଃ କୌଣସି କ୍ଷୟକ୍ଷତି ହୋଇନି। ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଓଡ଼ିଶାରେ ହିମାଚଳପ୍ରଦେଶ ଭଳି ସ୍ଥିତି ଉପୁଜିଛି। କଳିଙ୍ଗା ଘାଟିରେ ଏଭଳି ବଡ଼ଧରଣର ଭୂସ୍ଖଳନ ପ୍ରଥମ ବୋଲି କୁହାଯାଇଛି। ଆଜି ଅପରାହ୍ନରେ କନ୍ଧମାଳ ଜିଲାରେ ଜି.ଉଦୟଗିରି ସମେତ ଜିଲାର ବିିଭିନ୍ନ ଅଞ୍ଚଳାରେ ବାଦଲଫଟା ବର୍ଷା ଯୋଗୁଁ କଳିଙ୍ଗାଘାଟିରେ ଏଭଳି ପରିସ୍ଥିତି ଉପୁଜୁଥିବା କୁହାଯାଇଛି।

ସୂଚନାଯୋଗ୍ୟ, ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ଜାତୀୟ ରାଜପଥରେ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରକୁ ଲୋକେ ଯାତାୟତ କରିଥାନ୍ତି। ଲଗାଣ ବର୍ଷା ଯୋଗୁଁ ଆଜି ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ହୋଇଛି। ଏଠାରେ ଦୀର୍ଘମାସ ହେଲା ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଏକ ଠିକା ସଂସ୍ଥା ରାସ୍ତା ଚଉଡ଼ା କାମ ଜାରି ରଖିଥିଲା। ଏହି ସ୍ଥାନରେ ପ୍ରାୟ ୨୦ରୁ ୩୦ମିଟର ପର୍ଯ୍ୟନ୍ତ ରାସ୍ତାରେ ଭୂସ୍ଖଳନ ହୋଇଛି। ପାହାଡ଼ରୁ ବିରାଟ ପଥର ଓ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି। ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି। ଭୂସ୍ଖଳନ ସମୟରେ ସେହି ରାସ୍ତାଦେଇ ଯାତାୟାତ କରୁଥିବା ଯାନବାହାନ ଅଟକି ଯାଇଥିଲା। ବର୍ଷାଜଳ ସ୍ରୋତ ବୃଦ୍ଧି ପାଇବା ଯୋଗୁଁ ଯାତ୍ରୀମାନେ ରାସ୍ତା ପାର୍ଶ୍ବରେ ଥିବା ଏକ ମନ୍ଦିରରେ ଆଶ୍ରୟ ନେଇଛନ୍ତି। ମନ୍ଦିର ଖୁଣ୍ଟକୁ କିଏ କିଏ ଚଢି ପଡିଥିଲେ ତ ଆଉ କିଏ ଠାକୁରଙ୍କ ଗମ୍ଭୀରା ଭିତରକୁ ପଶିଯାଇ ଆଶ୍ରୟ ନେଇଛନ୍ତି। ପାହାଡି ଜଳ ସ୍ରୋତରେ ରାସ୍ତା ଉପରେ ଅଟକି ରହିଥିବା ଯାନବାହନର କିଛି ଅଂଶ ପୋତି ହୋଇଯାଇଛି। ରିପୋର୍ଟ ଲେଖାହେବା ସୁଦ୍ଧା କନ୍ଧମାଳ ଜିଲାର କିଛି ବରିଷ୍ଠ ଅଧିକାରୀ ସମେତ ଜି.ଉଦୟଗିରି ପୁଲିସ ଓ ଏକାଧିକ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସ୍ଥିତି ଭୟାବହ ଥିବା ଯୋଗୁଁ କୌଣସି ପ୍ରକାର ସଫେଇ କିମ୍ବା ମରାମତି କାମ ଆଗକୁ ବଢି ପାରୁନି। ରାସ୍ତାରେ ନିର୍ମାଣ ହୋଇଥିବା ସୁରକ୍ଷା ପାଚେରି ନିମ୍ନମାନର ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବାର ଅନେକ ଅଭିଯୋଗ କରିଛନ୍ତି। ଉକ୍ତ ରାସ୍ତାରେ କେବେ ଗାଡ଼ି ଚାଲିବ ତାହା ବର୍ତ୍ତମାନ କହିବା ସମ୍ଭବ ହେଉନି।

- Advertisement -

ଖବର ପାଇ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ରାଜସ୍ବ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ସମ୍ବଲପୁର ଡ଼ିଭିଜନ ପକ୍ଷରୁ ତୁରନ୍ତ ରାସ୍ତା ସଫା କାର୍ଯ୍ୟ ଆରମ୍ଭ କରାଯିବ ବୋଲି ସାଂସଦ କହିଛନ୍ତି।
ଖବର ପାଇ ଭଞ୍ଜନଗର ଉପ-ଜିଲାପାଳ ଉମାଶଙ୍କର ବେହେରା ଗାଡି ଚଳାଚଳ ବନ୍ଦ ରଖିବା ସହ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି। କିଛିଦିନ ଧରି କ୍ରମାଗତ ଭାବେ ଲଘୁଚାପଜନିତ ଲଗାଣ ବର୍ଷ ଲାଗି ରହିବାରୁ କଳିଙ୍ଗା ଘାଟି ରାସ୍ତା ପାର୍ଶ୍ବରେ ରହିଥିବା ବିରାଟ ପଥର ତଳୁ ମାଟି ଧୋଇ ହୋଇ ଯାଇଥିଲା। ଫଳରେ ପାହାଡଟି ଭୁଶୁଡି ପଡିଥିଲା। ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଯାନାବାହନ ଅଟକି ରହିଥିବା ବେଳେ କେତକ ଯାତ୍ରୀବାହୀ ଗାଡି ଟିକାବାଲି-ଦାରିଙ୍ଗିବାଡି ରାସ୍ତାରେ ଏବଂ ଅନ୍ୟ କେତକ କଳିଙ୍ଗା-ଚକାପାଦ ବୁଲାଣିଆ ରାସ୍ତା ଦେଇ ଭଞ୍ଜନଗର ଓ ବ୍ରହ୍ମପୁର ଅଭିମୁଖେ ଚଳାଚଳ କରିଛି। ସୂଚନାଯୋଗ୍ୟ ଯେ ପାହାଡ ଧସେଇ ହୋଇଥିବା ରାସ୍ତାଟି ସମ୍ବଲପୁର ଜାତୀୟ ରାଜପଥ ଡିଭିଜିନ ଓ ଫୁଲବାଣୀ ଉପ-ବିଭାଜନ କାର୍ଯ୍ୟାଳୟ ଅଧିନରେ ରହିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories