କଳାପଥର: ବାଙ୍କୀ ରାତାଗଡ଼ ମହାନଦୀରେ ଭାସି ଯାଇ ନଥିଲେ ମହିଳା ଜଣକ। ବରଂ ବିବାହିତ ପ୍ରେମିକ ସହିତ ହୋଇ ଯାଇଥିଲେ ଫେରାର। ଗତ ରବିବାର ପାହାନ୍ତିଆରେ ଖୁଦୁରୁକୁଣୀ ଠାକୁରାଣୀ ବିସର୍ଜନ କରିବାକୁ ଯାଇ ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିବା ମହିଳା ଜଣକ ନିକ ପ୍ରେମିକ ସହ ପୁରୀ ଫେରାର ହୋଇ ଯାଇଥିଲେ। ପ୍ରେମିକ ଜଣଙ୍କ ପୁରୀ ଚୁଡ଼ଙ୍ଗ ସାହିରେ ଆଗରୁ ରହୁଥିଲେ। ଶାଶୁ ଘର ଲୋକେ ବାଙ୍କୀ ଥାନାରେ ଏତଲା ଦେବା ପରେ ଏସ ଡିପିଓ ବାଳକୃଷ୍ଣ କହଁର ସହିତ ଆଇ ଆଇସି ଦିଲ୍ଲୀପ ଭୂଇଁଆଙ୍କ ସମେତ ଦମକଳ ବାହିନୀ ଖୋଜିଲା ପରେ ପିଙ୍କି ମିଳି ନଥିଲେ। ପୁଲିସ ତଦନ୍ତ କଲାପରେ ଜାଣିବାକୁ ପାଇଥିଲେ ବିବାହିତ ପ୍ରେମିକ ସହିତ ଫେରାର ହୋଇଯାଇଛନ୍ତି। ପୁରୀ ଟାଉନ ଥାନା ଅନ୍ତର୍ଗତ ଚୁଡ଼ଙ୍ଗ ସାହିରେ ଚଢ଼ାଉ କରିଥିଲା ପୁଲିସ। ଉଭୟଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ଅଧିକ ତଦନ୍ତ କରିଛି ପୁଲିସ।
Popular Categories



