ଥୁଆମୁଳ ରାମପୁର ବ୍ଲକ ସମ୍ମୁଖରେ କଂଗ୍ରେସର ଗଣଧାରଣା

କଲମପୂର: ବହୁ ଚର୍ଚ୍ଚିତ ମମିତା ମେହେର୍ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ ଓ ଆନ୍ଦୋଳନ ବିଭିନ୍ନ ରାଜନୈତିକ ସଂଗଠନ ପକ୍ଷରୁ ଜାରି ରହିଛି। ମହାଲିଙ୍ଗ ସନସାଇନ ସ୍କୁଲର ଅଧ୍ୟକ୍ଷା ମମୀତା ମେହେର୍ ହତ୍ୟା ଘଟଣାର ଦେଢ଼ ମାସରୁ ଉର୍ଦ୍ଧ୍ବ ହୋଇସାରିଛି। ହେଲେ ଥମୁନି ବିରୋଧୀ ଦଳଙ୍କ ପ୍ରତିବାଦ।ଶାସକ ଦଳ ଉପରେ ଚାପ ପକାଇବାକୁ ଚାଲିଛି ଜୋରଦାର ପ୍ରୟାସ।ଏହି ମାମଲାରେ ରାଜ୍ୟ ସରକାରଙ୍କ ଗୃହ ଓ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ରହିଥିବା ସନ୍ଦେହରେ ପ୍ରସଙ୍ଗକୁ ନେଇ ମନ୍ତ୍ରୀଙ୍କୁ ବହିଷ୍କାର ସହିତ ଗିରଫ ଦାବୀ କରିଆସୁଛନ୍ତି ବିରୋଧି।

ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଦଳ ଏନେଇ ବାରମ୍ବାର ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନ କରି ଆସୁଛନ୍ତି।ଶୁକ୍ରବାର କଳାହାଣ୍ଡି ଜିଲ୍ଲା କଂଗ୍ରେସ ଡ଼ାକରାରେ ଥୁଆମୁଳ ରାମପୁର ବ୍ଲକ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଭାବରେ ଧାରଣା ଦେଇଥିଲେ ବ୍ଲକର କଂଗ୍ରେସ କର୍ମୀମାନେ। ଜିଲ୍ଲା କାର୍ଯ୍ୟକାରିଣୀ ସମ୍ପାଦକ ତଥା ଥୁଆମୁୁଳ ରାମପୁର ପ୍ରଭାରୀ ପିତାମ୍ବର ସାହୁଙ୍କ ଉପସ୍ଥିତିରେ ଥୁଆମୁଳ ରାମପୁର ବ୍ଲକ କଂଗ୍ରେସର ବହୁ କର୍ମୀ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଥିଲେ।

Comments are closed.