www.samajalive.in
Sunday, December 7, 2025
14.1 C
Bhubaneswar

ବୃକ୍ଷ ରୋପଣକରି ବିଦ୍ୟାଳୟରପ୍ରିତିଷ୍ଠା ଦିବସ ପାଳନ କଲେ ଛାତ୍ରଛାତ୍ରୀ

କଲମପୁର: କଲମପୁର ଠାରେ ଥିବା ଦ୍ରେଣାଚାର୍ଯ୍ୟ ସ୍କୁଲ ଅଫ ଇଂଲିସ ମେଡିୟମର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ, ଅବିଭାବକ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସ୍ଥାନୀୟ ବଜାର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରି ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ଏ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଆଶିଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଚେତନତା ସଭାରେ ବନପାଳ ଭୁବନେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ଜରୁରୀ। ବୃକ୍ଷବିନା ମାନବ ସଭ୍ୟତା ଲୋପ ପାଇଯିବ।

 

- Advertisement -

ପରିବାର ପାଇଁ ଶିଶୁଟିର ଲାଳନ ପାଳନ ଯେମିତି ଜରୁରୀ ସେମିତି ମାନବ ସଭ୍ୟତା ପାଇଁ ବୃକ୍ଷ ଜରୁରୀ। ତେଣୁ ଜଙ୍ଗଲ ସୃଷ୍ଟି ପାଇଁ ଆମେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟତ୍ରୀ ନିବେଦିତା ନାଗ, ସମିତା ବଗର୍ତି, ସୁନମ ବାନୋ, ଅଲିଭା ବିଷି, ରୁପଶ୍ରୀ କୁମାରୀ ଦେବୀ, ଅମିତ ରଣାଙ୍କ ସମେତ ବନ ବିଭାଗର ଦେବରାଜ ସୁନାନୀ, ଲଳିତ ନାଏକ, ସୁରେନ୍ଦ୍ର ଶବର ଓ କୌଶିକ କଟ୍ଟାଙ୍କ ସମେତ ଛାତ୍ର ଛାତ୍ରୀ, ଅବିଭାବକମାନେ ରହି ବୃକ୍ଷ ରୋପଣ କରିଥିଲେ।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories