
ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଣେ ନିଖୋଜ

କଲମପୁର: ଜଣେ ବ୍ୟକ୍ତି ଗାଧୋଇବାକୁ ଯାଇ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ନିଖୋଜ ହେବା ଘଟଣା ଏବେ ଥୁଆମୁଲ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଅନେକ ଖୋଜା ଖୋଜି କରିଥିଲେ ମଧ୍ୟ ନିଖୋଜ ବ୍ୟକ୍ତିଙ୍କ ପତା ମିଳି ନାହିଁ।
ଥୁଆମୁଳ ରାମପୁର ଥାନା ଅଧିନସ୍ଥ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଦୁର୍ଖାଲ ଗ୍ରାମର ପିତବାସ ନାଏକ ନାମକ ଜନୈକ ବ୍ୟକ୍ତି ନିକଟସ୍ଥ ଇନ୍ଦ୍ରବତୀ ଜଳଭଣ୍ଡାର ମଧ୍ୟକୁ ପ୍ରତିଦିନ ଭଳି ମଙ୍ଗଳବାର ଦିନ ମଧ୍ୟ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ଗାଧୋଇବାକୁ ଯାଇ ଆଉ ଘରକୁ ସେ ଫେରିନଥିବାରୁ ଘର ଲୋକ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ବୁଡିଯାଇ ନିଖୋଜ ହେଇଥିବା ସନ୍ଦେହ କରି ତୁରନ୍ତ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀ ସହ ଯୋଗାଯୋଗ କରିଥିଲେ। ଥୁଆମୁଳ ରାମପୁର ପୁଲିସ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉକ୍ତ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଖୋଜା ଖୋଜି କରିଥିଲେ ମଧ୍ୟ ଖବର ଲେଖା ହେବାଯାଏଁ ନିଖୋଜ ବ୍ୟକ୍ତିଙ୍କ ପତା ମିଳି ନାହିଁ। ଅନ୍ୟପଟେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକ ଆଶା ଓ ଆଶଙ୍କାରେ ରହିଛନ୍ତି। ବର୍ତମାନ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଁ ୬୪୦.୫୯ରେ ପହଂଚି ସାରିଥିବାରୁ ପାଣି ଭିତରେ ଚାପି ହେଇ ରହିଥିବା ଆଶଙ୍କା କରାଯାଉଛି।
Comments are closed.