ମଣ୍ଡଳ ଠାରେ ଗଞ୍ଜେଇ ରଖିଥିବା ସନ୍ଦେହରେ ଅବକାରୀ ବିଭାଗର ଚଢାଉ

କଲମପୁର: ଅବକାରୀ ବିଭାଗ ଦ୍ୱାରା ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢାଉ ଏବଂ ଏହାକୁ ବିରୋଧ କରି ସମ୍ପୃକ୍ତ ପରିବାର ତରଫରୁ ଅବକାରୀ ବିଭାଗ କର୍ମଚାରୀଙ୍କ ବିରୋଧରେ ଜୟପାଟଣା ଥାନାର ଦ୍ୱାରସ୍ଥ ହେବା ଭଳି ଅଭାନୀୟ ଘଟଣା ଏବେ ଆଲୋଚନାର ବିଷୟ ପାଲଟିଛି।

ବୁଧବାର ଭୋର ୪ଟା ବେଳେ ଘର ଲୋକ ଶୋଇ ଥିବା ବେଳେ ଜୟପାଟଣା, ଧର୍ମଗଡ଼ ଓ ଭବାନିପାଟଣା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଦଳ ଦ୍ୱାରା ମଣ୍ଡଳ ବକ୍ସି ନାଏକ ନାମକ ବ୍ୟକ୍ତିଙ୍କ ଘର ଉପରେ ଚଢାଉ କରାଯାଇଥିଲା। ସନ୍ଦେହ ଥିଲା ଘରେ ଚୋରା ଚାଲାଣ ପାଇଁ ଗଞ୍ଜେଇ ମହଜୁଦ ଥିବାର। କିନ୍ତୁ କୌଣସି ମତେ ଗଞ୍ଜେଇ ବାହାରିନଥିଲା। ଏହି ଚଢାଉ ସମୟରେ ଅବକାରୀ ବିଭାଗର ଶୁସାନ୍ତ କୁମାର ପ୍ରଧାନ, ଲଳିତ ମୋହନ ମିଶ୍ର, ତିଲକ ରାମ ନାଏକ, ବିଶ୍ୱଜିତ ଆରୁଖ,ଅଶୋକ କୁମାର ସାହୁଙ୍କ ସମେତ ଜୟପାଟଣା ଅବକାରୀ ଥାନା ଅଧିକାରୀ ସାମିଲ ଥିବା ନେଇ ସୁଚନା ମିଳିଛି। ଏହି ସ୍ୱତନ୍ତ୍ର ଦଳ ନିକଟରେ ସ୍ଥାନୀୟ ସରପଂଚ ଓ କିଛି ଭଦ୍ର ଲୋକ ଆସି ଉକ୍ତ ବ୍ୟକ୍ତି ଜଣକ ଏଭଳି କାର୍ଯ୍ୟ କରୁନଥିବା ସୁଚନା ଦେବା ପରେ ଅବକାରୀ ବିଭାଗ ଫେରିଯାଇଥିଲେ। ଅବକାରୀ ଦଳ ଦ୍ୱାରା ଘରର ଆସବାବପତ୍ର ଓ ପିଲାଙ୍କ ଖେଳନା ଫିଙ୍ଗି ଦେବା ଓ ଅଶ୍ଳିଳ ଆଚାରଣ କରିବା ଭଳି ସଙ୍ଗିନ ଅଭିଯୋଗ କରିଛନ୍ତି ପରିବାର ଲୋକ। ଏନେଇ ପରିବାର ଲୋକ ଜୟପାଟଣା ଥାନାରେ ପହଂଚି ଅବକାରୀ ବିଭାଗ କର୍ମଚାରୀଙ୍କ ବିରୁଦ୍ଧରେ ଏକ ଏତଲା ଦେଇଛନ୍ତି। ଏହାସହ ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି। ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଅବକାରୀ ବିଭାଗ କର୍ମଚାରୀ ଆସି ଅନେକ ସମୟରେ ହଇରାଣ ହରକତ କରୁଥିବା ଗୋଲାପୀ ନାଏକ ମତବ୍ୟକ୍ତ କରିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଜୟପାଟଣା ଅବକାରୀ ଥାନା ଅଧିକାରୀ। ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ବକ୍ସି ନାଏକ ବେନିୟମ ଗଞ୍ଜେଇ ରଖିଥିବା ନେଇ ଅବକାରୀ ବିଭାଗ ଦ୍ୱାରା ଧରାପଡ଼ି ଜେଲଯାଇଥିଲେ। ବୁଧବାର ବେନିୟମ ଭାବେ ଗଞ୍ଜେଇ ରଖିଥିବା ନେଇ ସନ୍ଦେହ କରି ଘର ଚଢାଉ ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଯାଇଥିଲୁ, କିନ୍ତୁ ଘର ଲୋକ ଘର ଭିତରକୁ ପଶିବାକୁ ଦେଇନଥିଲେ। ସ୍ଥାନୀୟ ସରପଂଚ ଏବଂ ଭଦ୍ର ବ୍ୟକ୍ତି ବର୍ତମାନ ଏହି କାର୍ଯ୍ୟରୁ ନିବୃତ ରହିଥିବା ସୁଚନା ଦେବା ପରେ ଘଟଣା ସ୍ଥଳରୁ ଫେରିଯାଇଥିବା ସୁଚନନା ଦେଇଛନ୍ତି।

Comments are closed.