www.samajalive.in
Sunday, December 7, 2025
26.1 C
Bhubaneswar

ଆଧାର କାର୍ଡରେ ତୃଟି : ତାଲାବନ୍ଦରେ ଲକ୍ ହୋଇଯାଇଛି ସୁନ୍ଦର ଗଉଡଙ୍କ ପରିବାରର ଭାଗ୍ୟ

କଲମପୁର : ଏବେ ସମଗ୍ର ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ଜନିତ ଆତଙ୍କ। ସମସ୍ତେ ଭୁତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅହରହ ସଂଗ୍ରାମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଭୂତାଣୁ ସଂକ୍ରମଣରୁ ଦେଶର ନାଗରୀକଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଥମେ ଜନତା କର୍ଫ୍ୟୁ, ପରେ ୨୧ ଦିନ ଓ ଏବେ ୧୫ ଦିନ ସର୍ବମୋଟ ୩୪ ଦିନ ପାଇଁ ଲକ ଡାଉନ (ତାଲାବନ୍ଦ) ଘୋଷଣା କରିଛନ୍ତି। ଯାହାକୁ ରାଜ୍ୟ ସରକାର ମଧ୍ୟ ସମର୍ଥନ ଜଣାଇଛନ୍ତି। ଏହି ତାଲା ବନ୍ଦ ସମୟରେ କେହି ଜଣେ ବି ଲୋକ ଯେମିତି ବାହାରକୁ ନବାହାରନ୍ତି ସେଥିପାଇଁ ରାଜ୍ୟ ପ୍ରଶାନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଓ ପୁଲିସ ଦଳ ନିୟୋଜିତ ହୋଇଛନ୍ତି। ଦୋକାନ ବଜାର ସବୁ ବନ୍ଦ। ଶ୍ରମିକର କାର୍ଯ୍ୟ ବନ୍ଦ। ଏହି ତାଲା ବନ୍ଦ ସମୟରେ ଯେମିତି କେହି ଅସୁବିଧାର ସମ୍ମୁଖିନ ନହୁଅନ୍ତୁ ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ପଦକ୍ଷେପ ନେଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ହିତାଧିକାରୀଙ୍କୁ ଆଗୁଆ ତିନି ମାସର ଚାଉଳ ସହିତ ଏକ ହଜାର ଟଙ୍କା ଯୋଗାଇଛନ୍ତି। ଏପରିକି କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନାର ରନ୍ଧନ ଗ୍ୟାସ ପାଇଥିବା ହିତାଧିକାରୀଙ୍କୁ ୩ ମାସର ମାଗଣା ଗ୍ୟାସ ସହିତ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ମାଧ୍ୟମରେ ବ୍ୟାଙ୍କରୁ ଜମା ଖାତ ଖୋଲିଥିବା ହିତାଧିକାରୀଙ୍କୁ ୫ଶହ ଟଙ୍କା ପ୍ରଦାନ କରାଯାଇଛି। ଏ ସବୁ ଯୋଜନା କିନ୍ତୁ କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ଭଳି ଏକ ବଣ ପାହାଡ ଘେରା ଅଞ୍ଚଳର ତାସିଗୁଡାର ସୁନ୍ଦର ଗଉଡଙ୍କ ପରିବାରରେ ଅପହଞ୍ଚ ହୋଇ ରହିଯାଇଛି। ଆଧାର କାର୍ଡରେ ସୁନ୍ଦରଙ୍କ ପରିବାରର କେବଳ ତାଙ୍କ ସ୍ତ୍ରୀର ଆଧାର କାର୍ଡ ସଠିକ ଥିବା ବେଲେ ଅନ୍ୟ ୬ ସଦସ୍ୟଙ୍କ ଆଧାରରେ ତୃଟି ରହିଛି। ସମସ୍ତ ସଦସ୍ୟଙ୍କ ବାପାଙ୍କ ନାରେ ତୃଟି ରହିଥିବାରୁ ଖାଦ୍ୟ ସୁରକ୍ଷା କାର୍ଡରେ ଆଧାର ସଂଯୋଗ ହୋଇ ପାରିନାହାଁ ଯେଉଁଥିପାଇଁ ଗତ ୫ ମାସ ହେବା ଏହି ପରିବାର ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହେଇଛନ୍ତି। ବାରମ୍ବାର ଆଧାର ସଂଶୋଧନ ପାଇଁ ଥୁଆଣୁଳ ରାମପୁର ଠାରୁ ମୁଖିଗୁଡା, କଲମପୁର ଜୟପାଟଣା ଓ ଜୁନାଗଡ ଦୌଡୁଥିଲେ ମଧ୍ୟ ଆଧାର କାର୍ଡର ତୃଟି ସଂଶୋଧନ କରି ପାରି ନାହାଁନ୍ତି। ଯେଉଁଥି ପାଇଁ ଏହି ପରିବାରର ସମସ୍ତ ୭ ଜଣ ସଦସ୍ୟ କରୋନା ମୁକାବିଲା ପାଇଁ ମିଳିଥିବା ଆଗୁଆ ଖାଦ୍ୟ ସାମଗ୍ରୀ ଓ ଏକ ହଜାର ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି।

ଅନ୍ୟପଟେ ମୂଲ ଲାଗିଲେ ଚୁଲି ଜଳୁଥିବା ଏହି ପରିବାରର ସମସ୍ୟା ଏବେ ବଢି ଯାଇଛି। କରୋନା ପାଇଁ ଲକ୍ ଡାଉନ୍ ଘୋଷଣା ହୋଇଥିବାରୁ ସବୁ କାମ ଧନ୍ଦା ବନ୍ଦ ରହିଛି। ଯେଉଁଥି ପାଇଁ ଏହି ପରିବାରର ଲୋକ ଦୈନନ୍ଦିନ ଖାଦ୍ୟ ଯୋଗାଡ କରିବାରେ ଅସମର୍ଥ ହେଉଛନ୍ତି। ଦିନ କି ଓଳିଏ ନୁହେଁ ଦୀର୍ଘ ୩୪ ଦିନ ଏହି ଲକ ଡାଉନ ଘୋଷଣା ହେଇଥିବାରୁ କେମିତି ନିଜ ପରିବାରର ପେଟ ପୁରାଇବେ ସ ନେଇ ଚିନ୍ତିତ। ସତେ ଯେମିତି ଲକ ଡାଉନ ଏହି ପରିବାରର ଭାଗ୍ୟକୁ ଲକ କରି ଦେଇଛି। ଏନେଇ ସ୍ଥାନିୟ ସରପଞ୍ଚ ଙ୍କ ସହିତ ଯୋଗାଯୋଗ କରାଯାଇଥିଲା ଆଧାର କାର୍ଡରେ ତୃଟି ଥିବା ଯୋଗୁଁ ସେ ସରକାରୀ ଯୋଜନାରୁ ବଞ୍ଚିତ ହେଇଥିବା ସ୍ୱୀକାର କରିଥିଲେ। ଏହାସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ତା କରିବା ପାଇଁ କହିଥିଲେ ମଧ୍ୟ ଗଉଡ ସମ୍ପ୍ରଦାୟର ହେଇଥିବାରୁ ରନ୍ଧା ଖାଦ୍ୟ ବଣ୍ଟନ ହେଉଥିବା ସ୍ଥାନକୁ ଯାଇ ଖାଦ୍ୟ ଗ୍ରହଣ କରିବା ପାଇଁ ଏହି ପରିବାର ଅମଙ୍ଗ ହେଉଛନ୍ତି। ତେଣୁ ତୁରନ୍ତ ଏହି ପରିବାର ସମସ୍ୟା ସମାଧାନ ପାଇଁ ଜିଲା ପ୍ରାସାସନ ଗୁରୁତ୍ୱ ଦେବା ପାଇଁ ଦାବି ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories