www.samajalive.in
Sunday, December 7, 2025
26.1 C
Bhubaneswar

ଖଣ୍ଡଗିରି ମେଳା ହାଲଚାଲ୍‍ : ସାଧୁ ଦର୍ଶନ ଓ ସେବାରେ ମଗ୍ନ

ଖଣ୍ଡଗିରି : ଦୀର୍ଘବର୍ଷ ପରେ ଖଣ୍ଡଗିରି କୁମ୍ଭମେଳା ପ୍ରାଚୀନ ରୂପ ଫେରି ପାଇଛି। କଟକଣା ପାଇଁ ମେଳାରେ ଦୋକାନ ବଜାର ନାହିଁ। ପିଲାଙ୍କ ପାଇଁ ମୀନାବଜାର ନାହିଁ। ହେଲେ ମେଳାକୁ ଲୋକେ ଆସୁଛନ୍ତି। ଶ୍ରଦ୍ଧାଳୁ ସାଧୁ ଦର୍ଶନ ଲାଭକରି କୃତାର୍ଥ ହେଉଥିବା ଦେଖାଯାଉଛି।
ଏଥର କରୋନା କଟକଣା ପାଇଁ ବିଏମ୍‌ସି ଦୋକାନ ବଜାର ଓ ଅପେରା ପରିବେଷଣ ଉପରେ ରୋକ୍‌ ଲଗାଇଛି। ତେଣୁ ଏଥର ମେଳାରେ ବାହ୍ୟ ଜିନିଷ କିଛି ନାହିଁ। ଦର୍ଶକ ସଂଖ୍ୟା ବେଶ୍‍ ନଗଣ୍ୟ। ଅନେକ ଏହାକୁ ପସନ୍ଦ କରୁଥିବା କହିଛନ୍ତି।
ଲୋକ କଥା ଅନୁସାରେ ଏହି ମେଳା କେବଳ ସାଧୁ ଦର୍ଶନ ପାଇଁ ଉଦ୍ଦିଷ୍ଟ ଥିଲା। ଅର୍କକ୍ଷେତ୍ର ଚନ୍ଦ୍ରଭାଗା ବୁଡ଼ ପରେ ସୂର୍ଯ୍ୟ ଉପାସନା ପାଇଁ ଏଠାକୁ ଆସୁଥିବା ସାଧୁସନ୍ଥଙ୍କୁ ଦର୍ଶନ ଓ ସେମାନଙ୍କ ସେବା ପାଇଁ ଶ୍ରଦ୍ଧାଳୁମାନେ ଆସୁଥିଲେ। କ୍ରମେ ଲୋକଙ୍କ ଭିଡ଼ରୁ ମେଳାର ସୃଷ୍ଟି ହୋଇଥିଲା। ପୁଣି କାଳକ୍ରମେ ଏଥିରେ ଅତ୍ୟାଧୁନିକ ପରିପାଟୀ ସବୁ ଯୋଡ଼ିହୋଇଗଲା। କଂକ୍ରିଟ୍‌ ଜଙ୍ଗଲରେ ଖଣ୍ଡଗିରି ମେଳାର ପ୍ରାଚୀନ ପରମ୍ପରା ହଜିଗଲା। ସାଧୁଦର୍ଶନ ଓ ସେବା ପଛକୁ ପଡ଼ିଗଲା ଓ ମେଳା ଭ୍ରମଣ ସାଙ୍ଗକୁ ଅପେରା ଦେଖା ଆଗକୁ ଚାଲିଗଲା। ତେବେ ଏଥର କରୋନା ପୁଣି ଏହି ମେଳାର ପ୍ରାଚୀନ ରୂପ ଫେରାଇ ଆଣିଛି ବୋଲି ଚର୍ଚ୍ଚା ହେଉଛି। ଅନନ୍ତ ବଟମୂଳେ ବସିଥିବା ଜଣେ ସାଧୁ କହିଛନ୍ତି, ଚଳିତ ବର୍ଷ ସେ ଏଭଳି ସ୍ଥିତିକୁ ନେଇ ବେଶ୍‌ ଉଲ୍ଲସିତ। ମେଳାରେ ଗହଳି ନଥିବାରୁ ଜପତପ ଭଲ ହେଉଛି। ବିଶେଷକରି ସାଧୁପ୍ରେମୀ ଲୋକ ଆସୁଥିବାରୁ ଭଲ ଲାଗୁଛି ବୋଲି ସେ କହିଛନ୍ତି। ସେହିଭଳି ରାତିର ନିରବତା ସେମାନଙ୍କ ପାଇଁ ନୈସର୍ଗିକ ଅନୁଭବ ଆଣି ଦେଇଛି ବୋଲି ସେ କହିଛନ୍ତି। ଜଗତସିଂହପୁରରୁ ପରିବାର ସହ ଆସିଥିବା ଗୋକୁଳ ଚରଣ ପାଢ଼ୀଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ସେ ସାଧୁଙ୍କ ସାନ୍ନିଧ୍ୟ ପାଇଁ ଆସନ୍ତି। ଭିଡ଼ ଭିତରେ ଭଲ ଦର୍ଶନ ହୋଇପାରେନା। ଏଥର ଗହଳି କମ୍‍ ଥିବାରୁ ସେମାନଙ୍କ ନିକଟତର ହେବା ସହଜ ହେଉଛି। ମେଳାର ପ୍ରକୃତ ଉଦ୍ଦେଶ୍ୟ ଚଳିତ ବର୍ଷ ହିଁ ଅନୁଭବ କରିହେଉଛି।

ରବିବାରିଆ ଭିଡ଼
ଆଜି ରବିବାର ଥିବାରୁ ମେଳାରେ ବହୁ ଲୋକ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ପର୍ଯ୍ୟଟକମାନେ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ବୁଲୁଥିଲେ। ତେବେ ସାଧୁସନ୍ଥଙ୍କ ଶିବିରରେ ବି ବହୁ ଶ୍ରଦ୍ଧାଳୁ ଥିବା ଦେଖା ଯାଇଥିଲା। ଶ୍ରଦ୍ଧାଳୁମାନେ ପିଲାଛୁଆଙ୍କୁ ନେଇ ସନ୍ଥଙ୍କଠାରୁ ଆଶିଷ ଭିକ୍ଷା କରୁଥିଲେ। ଦାନ ଦକ୍ଷିଣା ଦେଇ ବହୁ ଶ୍ରଦ୍ଧାଳୁ ବିଭିନ୍ନ ମାନସିକ କରୁଥିଲେ।
ଖଣ୍ଡଗିରି-ଉଦୟଗିରି ମହୋତ୍ସବକୁ ଝୁରୁଛନ୍ତି :
କରୋନା କଟକଣା ପାଇଁ ମେଳାରେ ଅପେରା, ହାଟବଜାର ବନ୍ଦ କରାଗଲା। ହେଲେ ଖଣ୍ଡଗିରି ଉଦୟଗିରି ମହୋତ୍ସବ ବନ୍ଦକୁ ଲୋକେ ଗ୍ରହଣ କରିପାରି ନାହାନ୍ତି। ରାଜଧାନୀର ବିଭିନ୍ନ ମହୋତ୍ସବ, ମେଳାକୁ ଅନୁମତି ମିଳିଥିବାବେଳେ ଏହି ମହୋତ୍ସବକୁ କର୍ତ୍ତୃପକ୍ଷ ଭୁଲି ଯାଇଥିବା ମନେ ହେଉଛି। ତେ​ବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ଅଧିକ ଜନ ସମାଗମ ଆଶଙ୍କାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି।

- Advertisement -

ମହକୁଛି ଘୃତାହୁତି
ଦିନ ତମାମ୍‌ ଅଖଣ୍ଡ ଯଜ୍ଞ। ପ୍ରାୟ ସବୁ ଶିବିରରେ ଚାଲିଛି ଆହୁତି। ତେଣୁ ଖଣ୍ଡଗିରି ପାଦଦେଶରୁ ଆରମ୍ଭ କରି ଅନନ୍ତ ବଟବୃକ୍ଷ ପର୍ଯ୍ୟନ୍ତ ସବୁ ଆଡ଼େ ପୋଡ଼ା ଘିଅର ମହକ। ସେହିଭଳି ମା’ ବାରଭୁଜାଙ୍କ ପୀଠରେ ଚାଲିଥିବା ରାମଚରିତ ମାନସ ପାରାୟଣ ଓ କିଛି ଶିବିରରେ ଚାଲିଥିବା ଭଜନ କୀର୍ତ୍ତନ ପୂରା ପାହାଡ଼ରେ ଭାବମୟ ପରିବେଶ ସୃଷ୍ଟି କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories