www.samajalive.in
Sunday, December 7, 2025
23.1 C
Bhubaneswar

କୋର୍ଟ ମ୍ୟାନେଜର ନିଯୁକ୍ତ ହେଲେ ଶୁଣାଣି ତ୍ୱରିତ ହେବ : ପ୍ରଧାନ ବିଚାରପତି

କଟକ : ଅଦାଲତରେ ବିଚାରାଧୀନ ମାମଲାଗୁଡିକର ତ୍ୱରିତ ଫଇସଲା ନମନ୍ତେ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ହେବା ଆବଶ୍ୟକ। ତେବେ କୋର୍ଟଗୁଡ଼ିକରେ ମ୍ୟାନେଜର ନିଯୁକ୍ତିର ନିହାତି ଆବଶ୍ୟକତା ରହିଛି। କୋର୍ଟ ମ୍ୟାନେଜର ନିଯୁକ୍ତି ପାଇଲେ ଶୁଣାଣି ଶୀଘ୍ର ହେବ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି। ଓଡିଶା ହାଇକୋର୍ଟ ଓ ଓଡିଶା ଜୁଡିସିଆଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଜଷ୍ଟିସ ଗତିକୃଷ୍ଣ ମିଶ୍ର ସମ୍ମିଳନୀ କକ୍ଷରେ ଆୟାଜିତ ଦୁଇ ଦିନିଆ ଜାତୀୟ କର୍ମଶାଳାର ଉଦ୍‍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଷ୍ଟିସ ମିଶ୍ର କହିଥିଲେ ଯେ ଏମବିଏ ବିଦ୍ୟାର୍ଥୀମାନଙ୍କୁ କୋର୍ଟ ମ୍ୟାନେଜର କରିବା ଉଚିତ। ତେବେ ଅଧିକାରୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଦୁଇଟି ଦିଗର ବିକାଶ କରିବାର ଆବଶ୍ୟକତା ରହିଛି। ଅନୁଷ୍ଠାନ ଓ ବ୍ୟକ୍ତିଗତ ଭାବେ ଦକ୍ଷତା ବୃଦ୍ଧି କରିପାରିଲେ ବିଚାର ବିଭାଗର ଉନ୍ନତି ସାଧନ ହୋଇପାରିବ ବୋଲି ଜଷ୍ଟିସ ମିଶ୍ର ଆଶାବ୍ୟକ୍ତ କରିଛନ୍ତି। ଅନୁଷ୍ଠାନସ୍ତରରେ ତାଲିମର ଆବଶ୍ୟକ ରହିଥିବାବେଳେ ବ୍ୟକ୍ତିଗତ ଦକ୍ଷତା ବୃଦ୍ଧି ପାଇଁ ପଢିବା, ଶୁଣିବା ସହ ମନବଳକୁ ଲଗାଇପାରିଲେ ବିଚାର କ୍ଷେତ୍ରରେ ଖୁବ ଉନ୍ନତି ହୋଇପାରିବ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି। ଆଜିର ଡିଜିଟାଲ ୱାର୍ଲ୍ଡ ଓ ହାଇଟେକ ଯୁଗରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଜିଲ୍ଲା ଜଜମାନେ ପ୍ରତି ୧୫ ଦିନ ବ୍ୟବଧାନରେ କୋର୍ଟ କାର୍ଯ୍ୟ ପରିଚାଳନା ନେଇ ସମୀକ୍ଷା କରିବା ଉଚିତ। ଅଦାଲତି ମାମଲାର ଶୁଣାଣି ତ୍ୱରିତ ପାଇଁ ପ୍ରଧାନ ବିଚାରପତି ପରାମର୍ଶ ଦେଇ କହିଛନ୍ତି ଯେ ପ୍ରତି ଜିଲାର ଜିଲାପାଳ,ଏସପି ଓ ଜିଲା ଜଜଙ୍କ ମଧ୍ୟରେ ପ୍ରତି ମାସରେ ବୈଠକ ହେବା ଆବଶ୍ୟକ। ଅଦାଲତରେ ବିଚାରାଧୀନ ମାମଲା ସମ୍ପର୍କରେ ନିୟମିତ ସମୀକ୍ଷା କରି କେଉଁ ମାମଲା ଲୋକ ଅଦାଲତରେ ଫଇସଲା ହେବ ଓ କେଉଁ ମାମଲା ମଧ୍ୟସ୍ଥତା ଭିତ୍ତିିରେ ସମାଧାନ ହେବ କିମ୍ବା କେଉଁ ମାମଲା ଅଦାଲତରେ ବିଚାର ହେବ ତାହା ଉପରେ ଧ୍ୟାନ ଦିଆଯିବା ଜରୁରୀ ବୋଲି ଜଷ୍ଟିସ ମିଶ୍ର କହିଥିଲେ। ଆଜିର ଏହି କର୍ମଶାଳାରେ ଜୁଡିସିଆଲ ଏକାଡେମୀ ଓ ଟ୍ରେନିଂ କମିଟି ସଦସ୍ୟ ତଥା ହାଇକୋର୍ଟ ଜଷ୍ଟିସ ତଥା ଜଷ୍ଟିସ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ତଥା ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଜାଭେରୀ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଦୁଇ ଦିନିଆ ନ୍ୟାୟିକ କର୍ମଶାଳାରେ ସୁପ୍ରିମକୋର୍ଟର ୩ଜଣ ବିଚାରପତି, ବିଭିନ୍ନ ହାଇକୋର୍ଟର ଜଷ୍ଟିସଙ୍କ ସମେତ ଦେଶର ବିଭିନ୍ନ ରାଜ୍ୟରୁ ୧୪୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦେଇଥିଲେ। ଶେଷରେ ହାଇକୋର୍ଟ ଜଷ୍ଟିସ ଏସ ଏନ ପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇଦିନ ବ୍ୟାପୀ କର୍ମଶାଳାରେ ୪ଟି ପ୍ରାୟୋଗିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି କାଯ୍ୟକ୍ରମକୁ ଜୁଡିସିଆଲ୍‍ ଏକାଡେମୀର ନିର୍ଦ୍ଦେଶକ ଗୌରୀ ଶଙ୍କର ଶତପଥୀ ଓ ସହକର୍ମୀମାନେ ପରିଚାଳନା କରିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories