www.samajalive.in
Monday, December 8, 2025
14.1 C
Bhubaneswar

ଝରାଫୁଲ ହତ୍ୟାକାଣ୍ଡ : ସୋନାଲି ନାଁରେ ରାକେଶ କରୁଥିଲା ଚାଟିଂ

ଭୁବନେଶ୍ବର : ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଯୁକ୍ତତିନି ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ନାଏକ ହତ୍ୟା ମାମଲାର ତଦନ୍ତ ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର। ଝିଲିଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ତାଙ୍କୁ କେମିତି ହତ୍ୟା କରାଯାଇଛି ତାହାର ଏଯର୍ପ୍ୟନ୍ତ ପୁଲିସ ଟେର୍‌ ପାଉ ନାହିଁ। ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ବ୍ୟବଚ୍ଛେଦ ରିପୋର୍ଟକୁ ପୁଲିସ ଅପେକ୍ଷା କରିଛି। ଝିଲିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଉପରେ ମାମଲାର ସବୁ କିଛି ନିର୍ଭର କରୁଛି। ମୃତ୍ୟୁ କାରଣ ଜଣାପଡିବା ପରେ ମାମଲାର ତଦନ୍ତ ସେହିଦିଗରେ ଅଗ୍ରଗତି କରିବ। ରାକେଶ ହତ୍ୟା କରିଛି କି ଝିଲିଙ୍କ ଅସ୍ବାଭାବିକ ମୃତ୍ୟୁର ପଛରେ ଆଉ କେଉଁ କାରଣ ରହିଛି ? ଝିଲିଙ୍କ ମୃତ୍ୟୁ ପାଇଁ ରାକେଶ ଦାୟୀ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଝିଲିଙ୍କ ବ୍ୟବଚ୍ଛେଦ ରିପୋର୍ଟ ଖୁବ୍‌ଶୀଘ୍ର କୁଆଖିଆ ପୁଲିସର ହସ୍ତଗତ ହେବ ବୋଲି ଏସ୍‌ଡିପିଓ ଚିନ୍ମୟ ନାୟକ ସୂଚନା ଦେଇଛନ୍ତି। ରାକେଶକୁ ହେପାଜତରେ ଆଣିବା ଲାଗି ପୁଲିସ ପକ୍ଷରୁ ଯାଜପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ତାହାର ଶୁଣାଣି ସୋମବାର ହେବ। ବ୍ୟବ‌େ‌ଛଦ ରିପୋର୍ଟ ଏହି ସମୟରେ ପୁଲିସ ହସ୍ତଗତ ହୋଇଯିବ ବୋଲି ଆଶା କରାଯାଉଛି।
ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଛି, ଝିଲି ପେଟ କାମୁଡୁଥିବାରୁ ସେ ବସ୍‌ରୁ ଓହ୍ଲାଇ ପଡିଥିବା ବାପା ରମାକାନ୍ତ ନାଏକଙ୍କୁ ଟେଲିଫୋନ୍‌ କରି ଜଣାଇଥିଲା। ପରେ ପରିବାର ଲୋକେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ଲାଗି ବାରମ୍ବାର ଟେଲିଫୋନ୍‌ କରୁଥିଲେ। ହେଲେ ଏସମ୍ପର୍କରେ ଝିଲିର ସ୍ଥାନୀୟ ଅଭିଭାବକଙ୍କୁ ଜଣାଇ ନ ଥିଲେ। ମଧ୍ୟାହ୍ନରୁ ଅସୁସ୍ଥ ହୋଇପଡିଥିବା ଝିଲିଙ୍କୁ ସାଢ଼େ ୩ଟା ବେଳେ ପରିବାର ଲୋକଙ୍କୁ ମିଛ କହିବାକୁ ରାକେଶ ପ୍ରବର୍ତ୍ତାଇଥିଲା। ଗେଷ୍ଟ ହାଉସ୍‌ରେ ଥିବା ସତ୍ତ୍ବେ ଏପରିକି ସୋନାଲି ବୋଲି ଜଣେ ବାନ୍ଧବୀ ଘରେ ରହିଛି ବୋଲି ଝିଲିଙ୍କ ମୁହଁରୁ କୁହାଇଥିଲା। ସଂଧ୍ୟା ପରଠାରୁ ମୋବାଇଲ୍‌ ଫୋନ୍‌ରେ କେବଳ ସୋନାଲି ନାମର ରାକେଶ ଝିଲିଙ୍କ ବଡ଼ ଭାଇ ସହ ଚାଟିଂ କରୁଥିଲା।
ସେମାନେ ରହିଥିବା ଭୁବନେଶ୍ବର ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବସାଇ ଗେଷ୍ଟହାଉସ୍‍ର ୨୦୧ ନମ୍ବର ରୁମ୍‍କୁ ଶନିବାର ଯାଜପୁର ଏସ୍‍ଡ଼ିପିଓ ଚିନ୍ମୟ କୁମାର ନାୟକ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ, କମିସନରେଟ୍‍ ପୁଲିସ୍‍ର ସ୍ପେଶାଲ୍‍ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥି, ସାଇଣ୍ଟିଫିକ୍‍ ଟିମ୍‍ର ଅଧିକାରୀମାନେ ତନ୍ନତନ୍ନ କରି ଛାନଭିନ୍‍ କରିବା ସହିତ ହୋଟେଲ୍‍ କର୍ମଚାରୀମାନଙ୍କୁ ଏ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ।
ଏହି ହତ୍ୟାକାଣ୍ଡର ଅନ୍ୟତମ ସହଯୋଗୀକୁ ପୁଲିସ୍‍ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ମୃତଦେହ ଫିଙ୍ଗିବା ଲାଗି ବ୍ୟବହୃତ ସ୍କୁଟିକୁ ଅଦ୍ୟାବଧି ପୁଲିସ ଜବତ କରିପାରିନାହିଁ। ଏଥିସହିତ ଝରାଫୁଲ ବ୍ୟବହାର କରୁଥିବା ମୋବାଇଲ ଫୋନ୍‍ଟି ମଧ୍ୟ ମିଳି ନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories