www.samajalive.in
Sunday, December 7, 2025
14.1 C
Bhubaneswar

ଛାତରୁ ଡେଇଁ ଜେଟ୍‌ କର୍ମଚାରୀଙ୍କ ଆତ୍ମହତ୍ୟା

ମୁମ୍ବଇ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଉଡ଼ାଣ ବନ୍ଦ କରିଦେବା ପରେ ଜେଟ୍‌ ଏୟାରୱେଜ କର୍ମଚାରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ମୁମ୍ବଇରେ ଜଣେ ଜେଟ୍‌ କର୍ମଚାରୀ ଶନିବାର ନିଜ ଘରର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଉକ୍ତ କର୍ମଚାରୀଙ୍କ ନାମ ଶୈଲେଶ ସିଂ। ସେ କର୍କଟ ରୋଗରେ ପୀଡ଼ିତ ଥିବା କୁହାଯାଉଛି। କମ୍ପାନୀ ଅସ୍ଥାୟୀ ଭାବେ ବନ୍ଦ ହେବା ପରେ ତାଙ୍କର ଆର୍ଥିକ ସମସ୍ୟା ବଢ଼ିଯାଇଥିଲା। ୪୫ ବର୍ଷୀୟ ଶୈଲେଶ ପାଲଘରର ନାଲାସୋପାରା ଅଞ୍ଚଳରେ ରହୁଥିଲେ। ସେ ଆତ୍ମହତ୍ୟା କରିବା ପୂର୍ବରୁ ଛାତ ଉପରେ ବସିଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

ତେବେ ଜେଟ୍‌ ଏୟାରୱେଜର ଆର୍ଥିକ ସଙ୍କଟ ଦେଖାଦେବା ପରେ ଶୈଲେଶ ପ୍ରଥମ କର୍ମଚାରୀ ଯିଏକି ଆତ୍ମହତ୍ୟା କରିଛନ୍ତି ବୋଲି ଅନ୍ୟ କର୍ମଚାରୀମାନେ ଦାବି କରିଛନ୍ତି। ପୁଲିସ କହିବା ଅନୁଯାୟୀ, ଏଯାଏ କୌଣସି ସୁସାଇଡ୍‌ ନୋଟ୍‌ ମିଳିନାହିଁ। ଶୈଲେଶଙ୍କ ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୨ପୁଅ ଓ ୨ ଝିଅ ଅଛନ୍ତି। ତାଙ୍କର ଜଣେ ପୁଅ ମଧ୍ୟ ଜେଟ୍‌ ଏୟାରୱେଜର ସଞ୍ଚାଳନ ବିଭାଗରେ କାର୍ଯ୍ୟ କରୁଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories