www.samajalive.in
Sunday, December 7, 2025
18.1 C
Bhubaneswar

ପରଲୋକରେ ଜେଲ ଟାଇଗର

ସମାଜ ଡିଜିଟାଲ ଡେସ୍କ: ଯାତ୍ରା ଜଗତର ଜଣେ ଅପ୍ରତିଦ୍ୱନ୍ଦ୍ୱି ଅଭିନେତା ଭାବେ ପରିଚିତ ଦେବୀ ରଥଙ୍କର ପରଲୋକ ହୋଇଯାଇଛି । କଳାକାରଙ୍କ ମହଲରେ ସେ ‘ମାମା’ ଭାବେ ପରିଚିତ ଥିଲେ । କ୍ୟାରିଅରର ପ୍ରାରମ୍ଭିକ ଅବସ୍ଥାରେ ‘ଜେଲ ଟାଇଗର’ ଭଳି ନାକଟରେ ନିଖୁଣ ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ବାନ୍ଧି ହୋଇ ରହିଥିଲେ । ଖାଲି ଅଭିନେତା ଭାବେ ନୁହେଁ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ସେ ନିଜ ବଳିଷ୍ଠ ପ୍ରତିଭାର ପରିଚୟ ଦେଇଥିଲେ ।

ତାରପୁର ଅପେରା, ବାଘା ଜତିନ ଲୋକନାଟ୍ୟ, ପ୍ରବୃତି ଏକାଧିକ ଯାତ୍ରା ଅନୁଷ୍ଠାନରେ ବିଭିନ୍ନ ନାଟକରେ ଭିନ୍ନ ଭିନ୍ନ ଭୂମିକାରେ ସେ ବଳିଷ୍ଠ ଅଭିନୟ ପ୍ରଦର୍ଶନ କରିଥିଲେ । ବିଶେଷ କରି ଜଣେ ଚରତ୍ର ଅଭିନେତା ଭାବେ ଯାତ୍ରାରେ ସେ ଦର୍ଶକଙ୍କ କରତାଳି ସାଙ୍ଗକୁ ପ୍ରଶଂସା ସାଉଁଟିଥିଲେ । ଏହି ବରିଷ୍ଠ ଅଭିନେତା ନିଜର ବଳିଷ୍ଠ ଅଭିନୟ ପାଇଁ ବିଭିନ୍ନ ଅନୁଷ୍ଠାନରୁ ସମ୍ମାନିତ ମଧ୍ୟ ହୋଇଥିଲେ । ତାଙ୍କ ବିୟୋଗରେ ଯାତ୍ରା ଜଗତରରେ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।

Hot this week

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

Related Articles

Popular Categories