ଭାରତ ଆସିବେ ଜାପାନ୍‍ ପ୍ରଧାନମନ୍ତ୍ରୀ, ଚତୁର୍ଦ୍ଦଶ ଭାରତ-ଜାପାନ୍‍ ଶୀର୍ଷ ବୈଠକରେ ଯୋଗଦେବେ

ନୂଆଦିଲ୍ଲୀ: ଚତୁର୍ଦ୍ଦଶ ଭାରତ-ଜାପାନ୍‍ ଶୀର୍ଷ ବୈଠକ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମନ୍ତ୍ରଣ କ୍ରମେ ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏହି ଶୀର୍ଷ ବୈଠକରେ ଯୋଗଦେବା ପାଇଁ ଆଜି ଦୁଇଦିନ ପାଇଁ ଭାରତ ଗସ୍ତରେ ଆସି ପହଞ୍ଚିବେ। ଅକ୍ଟୋବର ୨୦୧୮ ମସିହାରେ ଦୁଇଦେଶ ମଧ୍ୟରେ ଶେଷଥର ପାଇଁ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

prayash

ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି, ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ଶୀର୍ଷ ବୈଠକ ହେବ। ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଭାଗିଦାରୀ ଓ ବିଶ୍ୱ ଭାଗିଦାରୀତା ସମ୍ପର୍କ ପରିସର ମଧ୍ୟରେ ବିବିଧ କ୍ଷେତ୍ରରେ ସହଯୋଗ ରହିଛି ବୋଲି ଶ୍ରୀ ବାଗ୍‍ଚି କହିଛନ୍ତି। ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ବିପକ୍ଷୀୟ ସହଯୋଗ ମଜବୁତ କରିବା ତଥା ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗଗୁଡ଼ିକରେ ମତବିନିମୟ କରିବା ଲାଗି ଏହି ଶୀର୍ଷ ବୈଠକ ସୁଯୋଗ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ସ୍ଥାପନ ଲାଗି ଭାଗିଦାରୀ ସମ୍ପର୍କକୁ ମଧ୍ୟ ଏହି ଶୀର୍ଷ ବୈଠକ ମାଧ୍ୟମରେ ଆଗେଇ ନିଆଯାଇ ପାରିବ ବୋଲି ଶ୍ରୀ ବାଗ୍‍ଚି ଆଶାବ୍ୟକ୍ତ କରିଛନ୍ତି।

kalyan agarbati

Comments are closed.