ଜାପାନ ଭୂକମ୍ପରେ ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

ଡେସ୍କ: ଜାନୁଆରୀ ୧ରେ ଜାପାନର ଇଶିକାୱା ଅଞ୍ଚଳର ନୋଟୋ ଦ୍ୱୀପରେ ଘଟିଥିବା ଶକ୍ତିଶାଳୀ ଭୂକମ୍ପରେ ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ଏଥିରେ ୫୦ରୁ ଅଧିକ ଲୋକ ନିଖୋଜ ଥିବା ଏବଂ ୩୩୦ ଜଣ ଆହତ ହୋଇଥିବା ଜଣାପଡିଛି।

ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ପ୍ରାୟ ଏକ ଲକ୍ଷ ଘରେ ଜଳ ଯୋଗାଣ ବ୍ୟାହତ ହୋଇଛି ଏବଂ ୩୩ ହଜାର ଲୋକ ସେମାନଙ୍କ ଘର ଛାଡି ସୁରକ୍ଷିତ ସ୍ଥାନରେ ଅଛନ୍ତି। ଅଗ୍ନି ନିର୍ବାପକ ଏବଂ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଅନୁଯାୟୀ, ଅନେକ ଲୋକ ଏବେ ମଧ୍ୟ ଭଙ୍ଗାରୁଜା ଅଂଶ ତଳେ ଦାବି ରହିଥିବା ଅନୁମାନ କରାଯାଉଛି। ତେବେ ଜାପାନ ପାଣିପାଗ ବିଭାଗ ଇଶିକାୱାରେ ପ୍ରବଳ ବର୍ଷା ହେବା ନେଇ ଚେତାବନୀ ଦେଇଛି ଫଳରେ ଭୂସ୍ଖଳନ ହେବାର ସମ୍ଭାବନା ଦେଖାଦେଇଛି।

Comments are closed.