www.samajalive.in
Sunday, December 7, 2025
14.1 C
Bhubaneswar

ଜାମ୍ମୁ-କାଶ୍ମୀରରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଜାମ୍ମୁ, ଡୋଡା ଓ ରିୟାସି ଇତ୍ୟାଦି ଜିଲାରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିଲା । ଏଥିରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ଗତକାଲି ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଯେଉଁଥିରେ କି କଟରା ସ୍ଥିତ ମାତା ବୈଷ୍ଣୋଦେବୀଙ୍କ ପୀଠରେ ୬ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଗତକାଲି ଭୂସ୍ଖଳନରେ ୨୫ଟି ବାସଗୃହ ଓ ପୋଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ । ଏଥିପାଇଁ ବୈଷ୍ଣୋଦେବୀ ପୀଠରେ ଯାତ୍ରାକୁ ସ୍ଥଗିତ ରଖାଯାଇଛି । ରାଜ୍ୟର ୧୦ଟି ଜିଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବୁଧବାର ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ନଦୀକୂଳ ଏବଂ ଜଳାଶୟ ନିକଟରୁ ଦୂରେଇ ରହିବାକୁ ଲୋକଙ୍କୁ ସତର୍କ କରାଯାଇଛି । ବର୍ଷା ଯୋଗୁଁ ଉତ୍ତର ରେଳବାଇ ପକ୍ଷରୁ ଜାମ୍ମୁ ଜୋନରେ ୨୨ଟି ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି ଏବଂ ୨୭ଟି ଟ୍ରେନକୁ ସର୍ଟ-ଟର୍ମିନେଟ୍‍ କରାଯାଇଛି । ଏଥିରେ ବୈଷ୍ଣୋଦେବୀ ବେସ୍‍ କ୍ୟାମ୍ପରୁ ଚାଲୁଥିବା ୯ଟି ଟ୍ରେନ ମଧ୍ୟ ସାମିଲ ଅଛି ।

ଅନେକ ସ୍ଥାନରେ ଭୂସ୍ଖଳନ ପରେ ମାଟି ଅତଡା ଖସିବା ଏବଂ ପଥର ଖସିବା କାରଣରୁ ଜମ୍ମୁ-କଟରା ରାଜପଥ ବନ୍ଦ ହୋଇଯାଇଛି । ଗତକାଲି ତ୍ରିକୂଟ ପାହାଡରେ ଥିବା ମନ୍ଦିରର ରାସ୍ତା ଏକ ବଡ ଅଂଶ ମାଟି ଅତଡଶରେ ପରିଣତ ହୋଇଥିଲା । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories