ଖରସ୍ରୋତାରେ ଭାସିଯିବା ଘଟଣା, ମିଳିଲା ଆଉ ଜଣଙ୍କ ମୃତଦେହ

ଯାଜପୁର: ଖରୋସ୍ରୋତା ନଦୀରେ ୬ଜଣ ବୁଡ଼ିଯିବା ଘଟଣା । ଆଜି ଆଉ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଗ୍ନିଶମ ବାହିନୀ ଦ୍ବାରା ଖୋଜାଖୋଜି କରିବା ପରେ ଆଜି ୪ର୍ଥ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜିର ମୃତକ ଜଣକଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୪ରେ ପହଞ୍ଚିଛି । ଏବେ ବି ନଦୀରେ ବୁଡ଼ି ୨ଜଣ ନିଖୋଜ ଅଛନ୍ତି । ସେମାନଙ୍କୁ ଉଦ୍ଧାର କରାଯିବାକୁ ପ୍ରୟାସ କରାଯାଉଛି ।

prayash

ସୂଚନା ମୁତାବକ ଗତକାଲି ଯାଜପୁରର ବଡ଼ସୁଆରରେ ଏପରି ଏକ ଅଘଟଣ ଘଟିଥିଲା । ହୋଲି ଖେଳିସାରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିଲେ ୬ଜଣ ଯୁବକ । ଗାଧୋଇବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । କାଲି ଘଟଣାସ୍ଥଳରୁ ୩ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

kalyan agarbati

Comments are closed.