OMC 1 banner

ଶାରଦୀୟ ପୂଜା ଭସାଣୀ ନିମନ୍ତେ ପ୍ରସ୍ତୁତି ବୈଠକ

ଯାଜପୁର: ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଆଗାମୀ ଦୁର୍ଗା ପୂଜା ଭସାଣୀ ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ପ୍ରତ୍ୟେକ ପୂଜା କମିଟି ସାମ୍ଭାବ୍ୟ ଅଗ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା, ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳ ନୃତ୍ୟ ସଂଗୀତ ପ୍ରଦର୍ଶନ ନ କରିବା, ଶବ୍ଦ ପ୍ରଦୂଷଣ ନ କରିବା ସହ ଅବକାରୀ ବିଭାଗ ପକ୍ଷରୁ ପ୍ରତ୍ୟେକ ସନ୍ଦିଗ୍ଧ ସ୍ଥାନ, ଚ୍ଥକ, ଦୋକାନ ଇତ୍ୟାଦିରେ ନିରନ୍ତର ଭାବେ ଧରପଗଡ କରିବା ଓ ବ୍ରେଥ ଆନାଲାଇଜର ମାଧ୍ୟମରେ ମଦୁଆଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ୧୫ ଗୋଟି ଦୁର୍ଗା ମେଢ ହେବ ବୋଲି ବୈଠକରେ ସ୍ଥିର କରାଯାଇଚ୍ଥି। ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୧ ଘଟିକା ଓ ଭସାଣି ରାତ୍ର ୧୦ ଘଟିକା ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଚ୍ଥନ୍ତି। ବୈଠକରେ ସର୍ବସମ୍ମତି କ୍ରମେ ଅକ୍ଟୋବର ୦୭ ତାରିଖ ମଧ୍ୟରେ ଦୁର୍ଗା ପୂଜା ଭସାଣୀ ଶେଷ କରିବାକୁ ସ୍ଥିର କରାଗଲା।

Comments are closed.