www.samajalive.in
Sunday, December 7, 2025
26.1 C
Bhubaneswar

ମୁୁମ୍ବାଇରେ ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ ।  ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ଜଗଜିତା ଦାସ ଓରଫ ରିସ୍ନା । ପିଲାବେଳୁ ତୁଳସୀ ଦୁଇ ପତ୍ର, ବାସିଲା ପରି ତାଙ୍କର ପ୍ରତିଭା ଛୋଟବେଳୁ ଦେଖିବାକୁ ମିଳିଥିଲା । ବିଦ୍ୟାଳୟ ,କଲେଜ ସମୟରୁ ବିଭିନ୍ନ ପ୍ରତିଯୋଗିତରେ ଅଂଶଗଅହଣ କରିଆସୁଥିଲେ ଜଗଜିତା । ଜଗଜିତା ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଭାବେ ୨ୟ ସ୍ଥାନ ଅଧିକାର କରିଛନ୍ତି ଓ ଓଡ଼ିଆଣୀ ବେଶଭୁସାରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ସହ ଏହି ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଢେଙ୍କାନାଳର ଝିଅ ଓଡ଼ିଶା ଓ ନିଜ ଜିଲ୍ଲା ଢେଙ୍କାନାଳ ପାଇଁ ଗର୍ବ ଆଣିଛନ୍ତି । ଆଗାମୀ ଦିନରେ ସବୁ ବର୍ଗର ଲୋକଙ୍କ ପାଇଁ ସେବା କରିବାପାଇଁ କହିଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟଳୟରେ ପହଞ୍ଚି ଜିଲ୍ଲପାଳ ସରୋଜ କୁମାର ସେଠୀଙ୍କୁ ସାକ୍ଷାତ କରିଥିଲେ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି ଜଗତଜିତା ଦାସ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories