www.samajalive.in
Tuesday, December 9, 2025
15.1 C
Bhubaneswar

ଜାଡେଜା ଆଇପିଏଲରୁ ବାଦ୍‌

ମୁମ୍ବଇ: ଫର୍ମକୁ ନେଇ ସଂଘର୍ଷ କରୁଥିବା ଚେନ୍ନଇ ସୁପର କିଙ୍ଗ୍‌ସର ବରିଷ୍ଠ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପାଇଁ ଚଳିତ ଆଇପିଏଲ୍‌ରେ ଭାଗ୍ୟ ସହାୟକ ହେଉନାହିଁ। ଆହତ ହୋଇ ଜାଡେଜା ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଜାଡେଜା ଫିଲ୍‌ଡିଂ କରୁଥିବା ବେଳେ ଆହତ ହୋଇଥିଲେ। ଜାଡେଜାଙ୍କ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଫଳରେ ସେ ଦିଲ୍ଲୀ କ୍ୟାପିଟାଲ୍‌ସ ବିପକ୍ଷ ମ୍ୟାଚ ଖେଳିନଥିଲେ। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଆଇପିଏଲର ଅବଶିଷ୍ଟ ମ୍ୟାଚରୁ ବାଦ୍‌ ପଡିଥିବା ସୂଚନା ଦେଇଛନ୍ତି ସିଏସ୍‌କେର ସିଇଓ କାଶୀ ବିଶ୍ବନାଥନ୍‌। ଜାଡେଜା ବର୍ତ୍ତମାନ ଘରୁ ଚାଲି ଯାଇଥିବା ସେ ସୂଚନା ଦେଇଛନ୍ତି।

ଗୁରୁବାର ଚେନ୍ନଇ ସୁପର କିଙ୍ଗ୍‌ସ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ମୁମ୍ବଇ ଇଣ୍ଡିଆନ୍‌ସ ବିପକ୍ଷରେ ଖେଳିବ। ସୂଚନାଯୋଗ୍ୟ, ଚଳିତ ଆଇପିଏଲ ପ୍ରାରମ୍ଭରୁ ମହେନ୍ଦ୍ର ସିଂହ ଧୋନିଙ୍କ ସ୍ଥାନରେ ଜାଡେଜା ଚେନ୍ନଇ ସୁପର କିଙ୍ଗ୍‌ସର ନେତୃତ୍ବ ନେଇଥିଲେ। ଜାଡେଜାଙ୍କ ନେତୃତ୍ବରେ ସିଏସକେ ୮ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟୀ ହୋଇ ପାରିଥିଲା। ଚେନ୍ନଇ ସୁପର କିଙ୍ଗ୍‌ସର ଏଭଳି ପ୍ରଦର୍ଶନ ପରେ ଜାଡ଼େଜା ନେତୃତ୍ବ ଛାଡ଼ିଥିଲେ ଏବଂ ଧୋନି ପୁଣି ଅଧିନାୟକ ଦାୟିତ୍ବ ନେଇଥିଲେ। ଜାଡେଜା ଏପର୍ଯ୍ୟନ୍ତ ୧୦ଟି ମ୍ୟାଚରୁ ୧୧୬ ରନ୍‌ କରିବା ସହ ୫ଟି ୱିକେଟ ନେଇଛନ୍ତି। ଚେନ୍ନଇ ୧୧ଟି ମ୍ୟାଚ ଖେଳି ୪ଟି ବିଜୟ ଓ ୭ଟି ପରାଜୟ ସହ ୮ପଏଣ୍ଟ ପାଇ ଟେବୁଲର ୯ମ ସ୍ଥାନରେ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories