www.samajalive.in
Sunday, December 7, 2025
26.1 C
Bhubaneswar

ଖବରକାଗଜର ଇ-ପେପର ପିଡିଏଫ କପି ହ୍ବାଟ୍ସଆପ୍‌ରେ ଶେୟାର କରିବା ବେଆଇନ: ଆଇଏନଏସ

ନୂଆଦିଲ୍ଲୀ: ଖବରକାଗଜଗୁଡ଼ିକର ଇ-ପେପର କପିକୁ ଡାଉନଲୋଡ୍‌ କରି ପିଡିଏଫ ଫାଇଲ ହ୍ବାଟ୍ସଆପ୍‌ ଏବଂ ଟେଲିଗ୍ରାମ ଗ୍ରୁପରେ ଶେୟାର କରିବା ବେଆଇନ। ଇଣ୍ଡିଆନ ନ୍ୟୁଜପେପର୍ସ ସୋସାଇଟି(ଆଇଏନଏସ) ପକ୍ଷରୁ ଏହି କାର୍ଯ୍ୟକୁ ବେଆଇନ ଦର୍ଶାଯିବା ସହିତ ଏଭଳି କ୍ଷେତ୍ରରେ ହ୍ବାଟ୍ସଆପ କିମ୍ବା ଟେଲିଗ୍ରାମ ଗ୍ରୁପର ଆଡମିନିଷ୍ଟେଟରଙ୍କୁ ଦାୟୀ କରାଯିବ ବୋଲି କୁହାଯାଇଛି।

ଦେଶରେ କରୋନା ଭୂତାଣୁକୁ ନେଇ ଲକଡାଉନ ଜାରି ରହିଥିବାବେଳେ ଖବରକାଗଜ ବିତରଣ ବହୁମାତ୍ରାରେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଖବରକାଗଜଗୁଡ଼ିକର ଇ-ପେପର କପି ଚୋରି ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଖବରକାଗଜର ଇ-ପେପରକୁ ଡାଉନଲୋଡ କରି ପିଡିଏଫ ଫର୍ମାଟରେ ହ୍ବାଟ୍ସଆପ୍‌ ଗ୍ରୁପରେ ଶେୟାର କରାଯାଉଥିବାରୁ ଖବରକାଗଜ ସଂସ୍ଥାଗୁଡ଼ିକ କ୍ଷତି ସହୁଛନ୍ତି। ସେମାନଙ୍କ ଆୟ ହ୍ରାସ ପାଉଛି।

- Advertisement -

ଏପରି କ୍ଷେତ୍ରରେ ନ୍ୟୁଜପେପର ସଂସ୍ଥାମାନେ ଇ-ପେପର କପି ଡାଉନଲୋଡ କରି ସୋସିଆଲ ମିଡିଆରେ ଶେୟାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ ଏବଂ ଜରିମାନା ଆଦାୟ ଭଳି କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସମ୍ପୃକ୍ତ ହ୍ବାଟ୍ସଆପ ଗ୍ରୁପ ଏବଂ ଟେଲିଗ୍ରାମ ଗ୍ରୁପର ଆଡମିନିଷ୍ଟ୍ରେଟର ଏଥିପାଇଁ ଦାୟୀ ରହିବେ ବୋଲି କୁହାଯାଇଛି। ତେବେ ଆଇଏନଏସ ସୁପାରିସ କରିଛି ଯେ, ଖବରକାଗଜ ସଂସ୍ଥାମାନେ ଖବରକାଗଜର ପିଡିଏଫ ଫାଇଲ୍ ଡାଉନଲୋଡ୍ କରି ଏହାକୁ ସୋସିଆଲ ମିଡିଆରେ ପ୍ରସାରଣ କରୁଥିବା ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ବୈଷୟିକ ବ୍ୟବସ୍ଥା କରିପାରିବେ। ଯେଉଁ ଉପଭୋକ୍ତାମାନେ ପ୍ରତି ସପ୍ତାହରେ ଏକ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ପିଡିଏଫ୍ ଡାଉନଲୋଡ କରିବେ, ସେମାନଙ୍କୁ ଖବରକାଗଜ ସଂସ୍ଥାଗୁଡ଼ିକ ବ୍ଲକ୍‌ କରିଦେଇପାରିବେ।

Input: Dainik Bhaskar

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories