www.samajalive.in
Sunday, December 7, 2025
23.1 C
Bhubaneswar

ବିଶ୍ବକପ ସୁଟିଂ : ୪ ପଦକ ସହ ଭାରତ ଶୀର୍ଷରେ

ବେଜିଂ : ଚୀନର ରାଜଧାନୀ ବେଜିଂରେ ଚାଲିଥିବା ଆଇଏସଏସଏଫ୍‌ ବିଶ୍ବକପ ସୁଟିଂ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି । ଶେଷ ଦିନରେ ଭାରତକୁ କୌଣସି ପଦକ ମିଳିନଥିବାବେଳେ ୩ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟପଦକ ସହ ଭାରତ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଦିବ୍ୟାଂଶ ପାନୱାର ଓ ଅଞ୍ଜୁମ ମୋଡ୍‌ଗିଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଦଳଗତ ଇଭେଣ୍ଟରେ ଚମ୍ପିଆନ ହୋଇ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଦେଇଥିଲେ। ମାନୁ ଭାକେର ଓ ସୌରଭ ଚୌଧୁରୀ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଦଳଗତ ଇଭେଣ୍ଟରେ ଚମ୍ପିଆନ ହୋଇ ଦ୍ବିତୀୟ ସ୍ବର୍ଣ୍ଣପଦକ ଜିତିଥିବାବେଳେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଦିବ୍ୟାଂଶ ପାନୱାର ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ରୌପ୍ୟପଦକ ହାସଲ କରିଥିଲେ। ପ୍ରତିଯୋଗିତାର ଶେଷ ଦିନରେ ଭାରତୀୟ ମହିଳା ସୁଟରଙ୍କୁ ନିରାଶ ହେବାକୁ ପଡିଥିଲା। ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ଗାୟତ୍ରୀ, ସୁନିଧି ଚୌହ୍ବାନ ଓ କାଜଲ ସୈନି ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇନଥିବାବେଳେ ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟରେ ମାନୁ ଭାକେର, ରାହୀ ସର୍ନୋବତ୍‌ ଓ ଚିଙ୍କି ଯାଦବଙ୍କୁ ଅନୁରୂପ ଦଶା ଭୋଗିବାକୁ ପଡିଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories